News
WhatsApp Image 2023-10-04 at 17.25.00
samparksetu

ସମ୍ପର୍କ ସେତୁ: ରକ୍ତ ଆଦାନ ପ୍ରଦାନର ମାଧ୍ୟମ

ରକ୍ତ ଦାନ ଜୀବନ ଦାନ! ଅନେକ ସମୟରେ ଜରୁରୀକାଳୀନ ସ୍ଥିତିରେ ରକ୍ତ ନ ପାଇ ଜୀବନ ଚାଲି ଯାଉଥିବା ନଜାର ଅସଂଖ୍ୟ ଦେଖିବାକୁ ମିଳେ। ଦେଶ କ’ଣ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ରୋଗୀଟିଏ   ଆବଶ୍ୟକ ଶ୍ରେଣୀ (ଗ୍ରୁପ) ର  ରକ୍ତ ଯୋଗାଯୋଗ ଅଭାବରୁ ପାଇ ନପାରି ମୃତ୍ୟୁ ବରଣ କରିଥାଏ।

ତେବେ ରକ୍ତଦାନ କୁ ନେଇ ଢେଙ୍କାନାଳ ଜିଲ୍ଲାରେ ବହୁବାର ବହୁ ଅସୁବିଧା ଦେଖା ଦେଇଥାଏ ତେବେ ଏହାକୁ ସରଳି କରଣ କରିବାକୁ ଏକ ନୂଆ ପ୍ରଚେଷ୍ଟା ଆରମ୍ଭ ହୋଇଛି, ଅନ ଲାଇନ ରକ୍ତ ସେବା।  ଯାହା ଫଳରେ ଆପଣଙ୍କ ଅଞ୍ଚଳରେ ଥିବା ରକ୍ତ ଦାତାଙ୍କୁ ଆପଣ ପାଇ ପାରିବେ ତାହା ପୁଣି ହାତ ପାହାନ୍ତାରେ। ପ୍ରଯୁକ୍ତି ବିଦ୍ୟା ର ପ୍ରଚେଷ୍ଟାରେ ଆରମ୍ଭ ହୋଇଛି ଏହି ସେବା। ତେବେ ଜାଣନ୍ତୁ କିପରି ପାଇପାରିବେ ଏହି ସେବା।

ନିଜ ଅଞ୍ଚଳରେ ଯେକୋୖଣସି ରକ୍ତ ଦାତା ଙ୍କୁ ଯୋଗାଯୋଗ କରିବାକୁ ନିଜ ମୋବାଇଲରେ www.dhenkanalupdate.com  ସର୍ଚ୍ଚ କରି ସେଠାରେ ଥିବା ବ୍ଲଡ ଡ୍ରପରେ କ୍ଲିକ କରନ୍ତୁ,

ତାପରେ ସେଠାରେ ଥିବା FIND A BLOOD DONER ରେ କ୍ଲିକ କରି  ବ୍ଲଡ଼ ଗ୍ରୁପ  ଏବଂ ନିଜ ଲୋକେସନ ଦେଇ SUBMIT ରେ କ୍ଲିକ କରନ୍ତୁ।

ସେହିପରି ଯଦି ଆପଣ ଜଣେ ରକ୍ତ ଦାତା ତେବେ REGISTERED AS A BLOOD DONER ରେ କ୍ଲିକ୍ କରି ନିର୍ଭୁଲ ଭାବେ ଫର୍ମ ଟି ଫିଲଅପ କରି ସବମିଟ କରି ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ରେ ନିଜକୁ ସାମିଲ କରନ୍ତୁ।

ରକ୍ତଦାନ କରିବା ବା କୌଣସି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି ନିଜର ସବିଶେଷ ତଥ୍ୟ ପଞ୍ଜିକରଣ କରି ଗୋଟିଏ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହଯୋଗ କରନ୍ତୁ।

ପଞ୍ଜିକରଣ କରିବା ପାଇଁ ନିମ୍ନ ଲିଙ୍କ ଖୋଲନ୍ତୁ।

http://‌http://dhenkanalupdate.com/bd1/

new life
You might also like
error: Content is protected !!