News
WhatsApp Image 2023-10-04 at 17.25.00
samparksetu

ସୋସିଆଲ ମିଡ଼ିଆ ପିଟିସନ୍ ଏବଂ ଖବର ପ୍ରସାରଣର ପ୍ରଭାବ, ସମ୍ପ୍ରସାରଣ ହେଲା ବଜାର ଖୋଲିବା ସମୟ

ବେପାରୀଙ୍କ ପେଟପାଟଣା ପାଇଁ ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଢେଙ୍କାନାଳ ଜିଲ୍ଲାରେ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ବଜାର ଖୋଲିବାକୁ ସାଧାରଣ ରେ ଦାବିହୋଇଥିବା ବେଳେ । ଢେଙ୍କାନାଳର ଯୁବ ସମାଜସେବୀ ସମ୍ବିତ ନନ୍ଦ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ଅନଲାଇନ ପିଟିସନ ଆରମ୍ଭ କରି ଏ ହି ପିଟିସନ କୁ ସାଇନ କରି ସମର୍ଥନ କରିବାକୁ ଆହ୍ବାନ କରିଥିଲେ ।

ତେବେ ଶେଷକୁ ଜିଲ୍ଲାପାଳ ସମସ୍ତଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ୮ଜୁନ୍ ରୁ ୧୫ଜୁନ୍ ପର୍ଯ୍ୟନ୍ତ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଜାର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ୧୫ଜୁନ୍ ପରେ ଆଗଭଳି ନିୟମ ଲାଗୁ କରାଯିବ ବୋଲି ଦର୍ଶାଇଥିବା ବେଳେ ଏହି ନିୟମ ମେଡ଼ିସିନ ଷ୍ଟୋର ଏବଂ ଅନ୍ୟାନ୍ୟ କ୍ଲିନିକ ପରି ସ୍ୱାସ୍ଥ୍ୟ ଜନିତ ସେବା ପ୍ରଦାନକାରୀ ସଂସ୍ଥା ପାଇଁ ଅପରିବର୍ତ୍ତିତ ରହିବ ବୋଲି ସୂଚନା ।

ଅନ୍ୟପଟେ ରଜ ଆଉଥିବାରୁ ଏଭଳି କୋହଳ ସାମାଜିକ ଦୂରତା ରକ୍ଷା କରିବାରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ , ତେବେ ଯେପର୍ଯ୍ୟନ୍ତ ଜନସାଧାରଣ ନିଜେ ସଚେତନ ନହୁଅନ୍ତି କୌଣସି ନିୟମ ବା କଟକଣା ଏଭଳି ସମସ୍ୟା ରୁ ଏଡାଇ ହୋଇପାରିବନି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

Content © Dhenkanalupdate

new life
You might also like
error: Content is protected !!