ଢେଙ୍କାନାଳ ଜିଲ୍ଲା ସଦରବ୍ଲକ୍ ମଙ୍ଗଳପୁର ଅଞ୍ଚଳରେ ଛୋଟଛୁଆଙ୍କୁ ଦିଆଯାଇଥିବା ଛତୁଆ ଅତି ନିମ୍ନମାନର ହୋଇଥିବା ନେଇ ଢେଙ୍କାନାଳ ଜିଲ୍ଲାର ସୁଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକଙ୍କ ସୂଚନା କ୍ରମେ ଢେଙ୍କାନାଳ ଅପଡେଟ୍ ଖବର ପ୍ରସାରଣ କରାଯାଇଥିଲା ।
ଶ୍ରୀ ଗଡ଼ନାୟକଙ୍କ ଦରଖାସ୍ତ ଆଧାରରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରାଳୟର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ପାଢୀ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
