ସଦର ବ୍ଲକ କାଇମାଟି ଗ୍ରାମର ମୁରଲୀ ନାଏକ, ବୟସ ୬୬ ବର୍ଷ ହେଲେ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ l କେତେ ଥର ଭତ୍ତା ଫର୍ମ ପୂରଣ କରି ଦେଇଛନ୍ତି ହେଲେ କିଛି ଲାଭ ହୋଇନଥିଲା । ଏ ଭିତରେ ଜଣେ ସରପଞ୍ଚ କାର୍ଯ୍ୟକାଳ ଶେଷ ହୋଇ ଆଉ ଜଣେ ଦାୟିତ୍ଵ ନେଲେଣି । ସମସ୍ତେ କେବଳ ଆଶ୍ୱାସନା ଦେଇଛନ୍ତି ହେଲେ କେହି କାମ କରି ନାହାଁନ୍ତି।
ଏନେଇ ଢେଙ୍କାନାଳ ଅପଡେଟ୍ ରେ ୮ ଜୁନ୍ ୨୦୨୦ ରେ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କୁ ଦ୍ରୁଷ୍ଟିଗୋଚର କରାଯାଇଥିଲା । ୩୦ ଜୁନ୍ ୨୦୨୦ ରେ ମୁରଲୀଙ୍କ ଭତ୍ତାକୁ ଅନୁମୋଦନ ମିଳିଛି ବୋଲି ଓଡିଶା ସରକାରଙ୍କ ଏସଏସଇଡି ପକ୍ଷରୁ ସୂଚନା ଦିଆଯାଇଛି ।