ଢେଙ୍କାନାଳ ସହରର ମୁଖ୍ୟରାସ୍ତା, ଜଗନ୍ନାଥ ରୋଡ଼ ଓ ଦକ୍ଷୀଣକାଳି ରାସ୍ତା ରେ ଗାଈ ଓ ଷଣ୍ଢ ମାନେ ବୁଲାବୁଲି କରିବାରେ ଅନେକ ଥର ଢେଙ୍କାନାଳ ଉପଡେଟ ରେ ଆମେ ଖବର ପ୍ରସାରଣ କରିଛୁ । ଜୁଲାଇ ୧୮ ରେ ମଧ୍ୟ ଆମେ ଏକ ଭିଜୁଆଲ ପ୍ରସାରଣ କରିଥିଲୁ । ଯାହା ଥିଲା ଦକ୍ଷିଣକାଳି ରାସ୍ତାର ରାସ୍ତା ରେ ଗାଈ ଗୋରୁ ଙ୍କ ହେତୁ ମୁଖ୍ୟ ଚିକିତ୍ସାଳୟକୁ ଯିବା କଷ୍ଟକର ହୋଇପଡୁଛି ।

ତେବେ ଖବର ପ୍ରସାରଣ ପରେ ଦୀର୍ଘବର୍ଷ ପରେ ବୁଲା ଗାଈ ମାନଙ୍କୁ କାଓ କ୍ୟାଚର ସାହାଯ୍ୟରେ ଧରିନିଆଯାଇ ମହିଷାପାଟ ରର ନବନିର୍ମିତ କାଞ୍ଜିଆହୁଦା ଠାରେ ଛାଡ଼ିବା କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏ ନେଇ ଗାଈ ମାଲିକ ଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହୋଇଛି ।
