News
lipub
samparksetu

ଘରେ ପଶି ମହିଳାଙ୍କ ମୁଣ୍ଡ ଫଟାଇବା ଘଟଣା ; ଗିରଫ୍ ହେଲା ପୁଅ ,ମା ଏବେ ମଧ୍ୟ ଫେରାର

ପୁନଶ୍ଚ ଏଭଳି ଘଟଣା ଦେଖିବାକୁ ମିଳିଛି ଗଁନ୍ଦିଆ ଥାନାରେ । ମହିଳାଙ୍କୁ ଅସଦାଚରଣ ମାଡ ମାରି ମୁଣ୍ଡ ଫଟାଇ ଦେବା ଓ ହତ୍ଯା ଉଦ୍ୟମ , ଜୀବନରୁ ମାରିଦେବା ଧମକ ଦିଆଯାଇଥିବା ଆଦି ସଂଗୀନ ଦଫା ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଅଭିଯୁକ୍ତ ମାନେ ଖୁଲମ ଖୁଲା ବାହାରେ ବୁଲୁଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ
ଏବେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ତେବେ ମାଡ ମାରୁଥିବା ମା ଓ ପୁଅଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନରୁ ପୁଅ ମହେନ୍ଦ୍ର ଗୁରୁଙ୍କୁ ଗିରଫ କରିଛି ଗଁଦିଆ ପୋଲିସ ।

ସୂଚନାଯୋଗ୍ୟ କି , ଝାରଦା ଗାଁର ଯୋଗେନ୍ଦ୍ର ଗୁରୁ ଙ୍କ ପତ୍ନୀ ରୀନା ଗୁରୁଙ୍କ (୩୫)ଅଭିଯୋଗ ଅନୁଯାୟୀ ,ଗତ ୨୫ ତାରିଖ ଦିନ ତାଙ୍କର ପଡୋଶୀ ମହେନ୍ଦ୍ର ଗୁରୁ, ତାଙ୍କର ବଡବାପା ଉପେନ୍ଦ୍ର ଗୁରୁ ଏବଂ ତାଙ୍କ ମା ପ୍ରମୁଖ ରୀନା ଗୁରୁଙ୍କ ଘରେ ପଶି ତାଙ୍କୁ ବାଡେଇ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ ।ରୀନା ଙ୍କ ମୁଣ୍ଡ ଫାଟି ଯିବାରୁ ତାଙ୍କୁ ଗଁଦିଆ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହୋଇଥିଲେ ।

ତେବେ ଏ ଘଟଣା ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଅଭିଯୁକ୍ତ ପୁଅ କୁ ଭୁବନ ରୁ ଗିରଫ କରାଯାଇଥିବା ବେଳେ ମା ଏବେ ମଧ୍ୟ ଫେରାର ଅଛି ।

new life
You might also like
error: Content is protected !!