କିଛି ଅସାମାଜିକ ଲୋକ ବନବିଭାଗ କର୍ମଚାରୀଙ୍କୁ ହାତର କରି ମେସିନ ଲଗାଇ ବହୁ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ନେଉଛନ୍ତି।ହିନ୍ଦୋଳ ବନଖଣ୍ଡ ରାସୋଳ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଆପଶି ଗ୍ରାମ ଜଙ୍ଗଲରୁ ବେଆଇନ ଭାବରେ ଶାଳଗଛ କଟାହେଉଥିବା ଖବର ଗତ କାଲି ଢେଙ୍କାନାଳ ଉପଡେଟ ରେ ପ୍ରସାରିତ ହୋଇଥିଲା ।

ବନବିଭାଗ କୋୖଣସି ପଦକ୍ଷେପ ନେଉନଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।
ତେବେ ଏ ନେଇ ବନବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟିଦେଇ କାଠ ମାଫିଆଙ୍କୁ ଧରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତଥ୍ୟ ଓ ପ୍ରମାଣ କୁ ଭିତ୍ତିକରି ହିନ୍ଦୋଳ ରେଞ୍ଜ ଅଫିସର ତଦନ୍ତ କରି ଆଜି ୨ ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି ।
