ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିବା ପାଇଁ ବ୍ରାହ୍ମଣୀ ନଦୀରେ ସେତୁଟିଏ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ସେତୁଟି ହେଲେ ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା ମଧ୍ୟ ହୁଅନ୍ତା । ହେଲେ ଦୁଇ ବର୍ଷ ହେଲା ନାବାର୍ଡରୁ ଅନୁମୋଦନ ମିଳୁ ନ ଥିବାରୁ ଏସବୁ ପ୍ରସ୍ତାବରେ ଅଟକି ଯାଇଛି ତେବେ ଏ ନେଇ ଢେଙ୍କାନାଳ ଉପଡେଟ ରେ ୧୪ ଜୁଲାଇ ରେ ଏକ ଖବର ପ୍ରସାରଣ ହୋଇଥିଲା ।

ଖବର ପ୍ରସାରଣ ପରେ ସୋମବାର ବଡ଼କମର ଠାରେ ପ୍ରସ୍ତାବିତ ସେତୁ ସ୍ଥାନକୁ ନାବାର୍ଡ ଡିଜିଏମ ସଞ୍ଜୀବ ମିଶ୍ର , ଗୋଲଖ ବିହାରୀ କର , ଡିଜାଇନର ଗୟାଧର ସାହୁ , ପୂର୍ତ୍ତ ବିଭାଗ ଏସି ଦିଗାମ୍ବର ବିଶ୍ୱାଳ , ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ , ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ , ନିବେଶ କୁମାର ମାଝି ପ୍ରମୁଖ ପରିଦର୍ଶନ କରିଛନ୍ତି ।
ଉକ୍ତ ସେତୁହେଲେ ଢେଙ୍କାନାଳରୁ ପରଜଙ୍ଗ ରାସ୍ତା ୨୫ କିମି ହ୍ରାସ ପାଇପାରିବ। ପରଜଙ୍ଗ ବ୍ଲକ ଓ ଓଡାପଡା ବ୍ଲକ ମଧ୍ୟରେ ସିଧାସଳଖ ସମ୍ପର୍କ ରକ୍ଷା ହୋଇପାରିବ । ଲୋକଙ୍କୁ ଡଙ୍ଗାର ଆଶ୍ରୟ ନେବାକୁ ପଡିବ ନାହିଁ ।
