ଢେଙ୍କାନାଳ ସହର ନିବାସୀ ରାଜଲକ୍ଷ୍ମୀ ଶତପଥୀଙ୍କ (୬୩) ବର୍ଷ ବୟସରେ ପରଲୋକ ଘଟିଛି । ରାଜଲକ୍ଷ୍ମୀ ଜଣେ ଧର୍ମପରାୟଣ , ବନ୍ଧୁବତ୍ସଳ ଓ ପରୋପକାରୀ ମହିଳା ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ, ଦୁଇ ଝିଅ ଜ୍ବାଇଁ, ପୁତ୍ରବଧୁ, ଭାଇ, ପୁତୁରା ଏବଂ ତାଙ୍କ ସ୍ୱାମୀ ଅବସର ପ୍ରାପ୍ତ ଡିଏଫଓ ଉଦୟନାଥ ଶତପଥୀ ଉପସ୍ଥିତ ଥିଲେ ।
ତାଙ୍କ ବିୟୋଗରେ ଶତପଥୀ ପରିବାର, ଆଚାର୍ଯ୍ୟ ପରିବାର, ମହାପାତ୍ର ପରିବାର, ଢେଙ୍କାନାଳ ଜିଲ୍ଲା ସିଂହଦେଓ ପରିବାର, ଜର୍ଜ ସ୍କୁଲ୍ ପୁରାତନ ଛାତ୍ରଛାତ୍ରୀ ପରିବାର, କୁଞ୍ଜକାନ୍ତ ତଥା ମଧୁବନ ବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
