News
WhatsApp Image 2023-10-04 at 17.25.00
samparksetu

ରକ୍ତଦାତାଙ୍କ ମହାନତା ସମ୍ପର୍କ ସେତୁର ସଫଳତା, ମୋବାଇଲ ରେ ଯୋଗାଯୋଗ କରି ରକ୍ତ ପାଇଲେ ଗର୍ଭବତୀ ମହିଳା

ହାତପାହାନ୍ତାରେ ରକ୍ତଦାତା ପୁଣି ଅଵଶ୍ୟକୀୟ ଅଞ୍ଚଳ ଏବଂ ଆବଶ୍ୟକ ମୁତାବକ ବ୍ଲଡ଼ ଗ୍ରୁପ । ରକ୍ତଅଭାବ ଦୂରୀକରଣ ପାଇଁ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ପାଇଁ ଆମର ଅଭିନବ ପ୍ରୟାସ ଅନଲାଇନ୍ ରକ୍ତସେବା ବା ‘ ସମ୍ପର୍କ ସେତୁ ‘ ।

କିଛିଦିନ ତଳେ ଢେଙ୍କାନାଳ ଅପଡେଟ୍ ର ଏହି ପ୍ରୟାସ ଯୋଗୁଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦାନ କରିଛନ୍ତି ଜଣେ ରକ୍ତଦାତା ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ବନମାଳୀ ପ୍ରସାଦ ଅଞ୍ଚଳର ଜଣେ ରକ୍ତ ଦାତା ଅନିଲ ବିଶ୍ୱାଳଙ୍କୁ ଫୋନ୍ କରି ଜଣେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଆବଶ୍ୟକ ବୋଲି ଜଣାଇଥିବା ବେଳେ ବିନା କୌଣସି ଦ୍ଵିଧା ରେ ରକ୍ତଦାତା ଜଣଙ୍କ ସେଠାକୁ ଯାଇ ରକ୍ତଦାନ କରିଥିଲେ । ତେବେ ଯୋଗାଯୋଗ ର ମାଧ୍ୟମ ବିଷୟରେ ପଚାରିବାରୁ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ରକ୍ତଦାତା । ରକ୍ତଆବଶ୍ୟକ ବ୍ୟକ୍ତିଙ୍କ ପରିବାର ଲୋକେ ‘ ସମ୍ପର୍କ ସେତୁ ‘ ମାଧ୍ୟମରେ ତାଙ୍କୁ ଯୋଗାଯୋଗ କରିଥିଲେ ବୋଲି ଜଣାଇଥିଲେ। ତେବେ ରକ୍ତ ଆବଶ୍ୟକତା ପୂରଣ ହୋଇଥିଲା ତାହା ଫୁଣି ହାତପାହାନ୍ତାରେ । ଏନେଇ ନିଜର ଅଭିଜ୍ଞତା ଆମ ସହିତ ସେୟାର କରିଥିଲେ ନିଜେ ରକ୍ତଦାତା । ତେବେ ଏତେମହାନ କାର୍ଯ୍ୟ ପରେ ମଧ୍ୟ ନିଜ ନାମକୁ ଗୋପନୀୟ ରଖିବାକୁ କହିଥିଲେ ରକ୍ତଦାତା ।

ତେବେ ଆମ ପରିବାର ତରଫରୁ ରକ୍ତଦାତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ତ ରକ୍ତଦାତା ‘ ସମ୍ପର୍କ ସେତୁ’ ରେ ରେଜିଷ୍ଟ୍ରେସନ କରି ଜିଲ୍ଲାରୁ ରକ୍ତ ଅଭାବ ସମ୍ପୂର୍ଣ୍ଣ  ଦୂରୀକରଣ କରିବାକୁ ଅନୁରୋଧ ।

http://dhenkanalupdate.com/bd1

new life
You might also like
error: Content is protected !!