ପଣ୍ଡୁଆ-ତୁମୁଁସିଙ୍ଗା-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ଖରାଦିନର ଅଦିନିଆ ବର୍ଷା ଯୋଗୁଁ ରାସ୍ତା ମଝିରେ ପାଣି ଜମି ଯାଉଥିବା ହେତୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୁଏ। ଏ ଅଞ୍ଚଳର ଲୋକ ଢେଙ୍କାନାଳ, କଟକ ବା ଭୁବନେଶ୍ୱର ଯିବା ପାଇଁ ଏହି ରାସ୍ତା ଉପରେ ଭରଷା କରନ୍ତି। କିନ୍ତୁ ରାସ୍ତାରେ ଜଳାଶୟ ସଦୃଶ ପାଣି ଜମୁଥିବା ହେତୁ ଗତ ତିନି ବର୍ଷ ହେଲା ବହୁତ ସମସ୍ୟା ଦେଖାଦେଇଛି ।
ରୋଗୀ ଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗଲାବେଳେ ଏହି କାରଣରୁ ଆଲୁଅଝରଣ ଦେଇ ଅଧିକ ବାଟ ବୁଲି ବୁଲି ଯିବାକୁ ପଡିଥାଏ। ବର୍ଷା ଦିନ ହେଲେ ତ କଥା ନକହିବା ଭଲ। ବିଗତ ବର୍ଷ ଗୁଡ଼ିକରେ ବହୁତ ଅଭିଯୋଗ ପରେ ଗତ ବର୍ଷ କ୍ରସର ଡଷ୍ଟ ଦୁଇ ଟ୍ରିପ ପକାଇ କାମ ଶେଷ କରି ଦେଇଥିଲେ ହେଲେ କିଛି ଦିନ ପରେ ପୁନର୍ବାର ପରିସ୍ଥିତି ପୂର୍ବ ପରି ହୋଇଯାଇଥିଲା।
ଏଥର ମଧ୍ୟ ବିଷୟରେ ଆମେ ଖବର ପ୍ରକାଶ କରିଥିଲୁ ଖବର ପ୍ରକାଶ ପରେ ରାସ୍ତା ଟିକୁ ଚଳିତ ବର୍ଷ କଂକ୍ରିଟ କରାଯାଇଛି ।ଏ ନେଇ ସ୍ଥାନୀୟ ଲୋକ ଖୁସି ପ୍ରକାଶ କରିଛନ୍ତି ।
