କାମାକ୍ଷାନଗର ବ୍ଲକ ତୁମୁସିଂହା ପଞ୍ଚାୟତର ତୁମୁସିଂହା ଗାଁର ଜଣେ ତେଜରାତି ଦୋକାନୀ କରୋନା ସଂକ୍ରମଣ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ତେଣୁ ପ୍ରଶାସନ ପକ୍ଷରୁ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ୨୧-୯-୨୦୨୦ ଠାରୁ ୨୫-୯-୨୦୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ।
ଗତ ୧୯/୦୯/୨୦୨୦ ଶନିବାର ଦିନ ଏ ବିଷୟରେ ଆମେ ପ୍ରକାଶ କରିଥିଲୁ। ତେବେ ସମ୍ପୃକ୍ତ ଦୋକାନୀଙ୍କ ସଂସ୍ପର୍ଶରେ ଅନେକ ଲୋକ ଆସିଥିଲେ ମଧ୍ୟ ସେମାନଙ୍କ ଚିହ୍ନଟ କରା ନଯାଇ ଥିବା ଯୋଗୁଁ ସଂକ୍ରମିତଙ୍କ ସଠିକ ସଂଖ୍ୟା ଜଣା ପଡି ନାହିଁ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଆସିଥିବା ସଂକ୍ରମିତଙ୍କ ସଂଖ୍ୟା ୧୩। ଯଦି ଏହି ସଂକ୍ରମିତଙ୍କ ସଂସ୍ପର୍ଶ ତାଲିକା ପ୍ରସ୍ତୁତ କରାଯାଇ ପରୀକ୍ଷା କରାଯିବ ତେବେ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ଜଣାପଡିଛି। ଏହାଛଡା ତୁମୁସିଂହା ଗାଁ ବ୍ୟତୀତ ପଞ୍ଚାୟତର ଅନ୍ୟ ଦୁଇଟି ଗାଁ ଶ୍ରୀମୂଳା ଓ ଧୋବାବାହାଳୀ ଗାଁ ର ଲୋକ ଉକ୍ତ ଦୋକାନରୁ ସାମଗ୍ରୀ ନେଇଥାନ୍ତି।

ତା ଛଡା ତୁମୁସିଂହା ଓ ଶ୍ରୀମୂଳା ଗାଁ ଦୁଇଟି କିନ୍ତୁ ଭୌଗୋଳିକ ଅବସ୍ଥିତି ଦେଖିଲେ ଲାଗେ ଗୋଟିଏ ଗାଁ। ତେଣୁ ଉଭୟ ଗାଁ ପାଇଁ କଟକଣା ଜାରି କରିଥିଲେ ପରିସ୍ଥିତିରେ ସୁଧାର ଆସି ପାରନ୍ତା ବୋଲି ଜଣାପଡିଛି।
ଢେଙ୍କାନାଳ ଅପଡେଟ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ନିବେଦନ କରୁଛି ଲକଡାଉନ ଅପସରି ଯାଇଥିଲେ ମଧ୍ୟ କରୋନା ରହିଛି, ତେଣୁ ସମସ୍ତେ ଆମେ ସଚେତନ କରିବା ସହିତ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା l
