ଅନୁଗୋଳ ଜିଲ୍ଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀ ୨୨ ଜାନୁୟାରୀ ରେ କପିଳାସ ପ୍ରାଣୀଉଦ୍ୟାନରେ ପହଞ୍ଚିଥିଲା ଢେଙ୍କାନାଳ ଜିଳ୍ଲା। ଏଥିପାଇଁ ୬ ଦିନ ହେବ ଅକ୍ଲାନ୍ତ ପରିଶ୍ରମ କରି ନୟାନ୍ତ ହେବାପରେ ଶେଷରେ ନନ୍ଦନକାନନରୁ ଏକ ଟିମ ଆସି ହାତୀକୁ କାବୁ କରି ଅଣାଯାଇଥିଲା ତାକୁ ଟ୍ରାଙ୍କୁଲାଇଜ କରି ଢେଙ୍କାନାଳ କପିଳାସସ୍ଥିତି ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟରକୁ ନିଆଯିବା ପାଇଁ ନରହନ୍ତା ଦନ୍ତାକୁ ସୁରକ୍ଷିତ ଭାବରେ ଏକ ହାଇଆ ହେବି ଟ୍ରକରେ ଲୋଡ୍ କରାଯାଇ ଢେ଼ଙ୍କାନାଳ କପିଳାସକୁ ଅଣା ଯାଇଥିଲା ।

ସେଠାରେ ଏକ ଖୋଲା ମଣ୍ଡପରେ ଚାରି ଗୋଡ଼କୁ ଶିଙ୍କୁଳି ରେ ବାନ୍ଧି ରଖାଯିବା ସହ ଏକ ଡ଼ାକ୍ତରୀ ଟିମ ଆସି ଦନ୍ତାର ମେଡିକାଲ ଚେକଅପ କରି ,ହାତୀ ର ଗତିବିଧି ଉପରେ ଲକ୍ଷ ରଖା ଯାଉଥିଲା ।

ତେବେ ବାରମ୍ବାର ଶିଙ୍କୁଳି ଛିଣ୍ଡାଇବା ପରେ ଦନ୍ତାକୁ ଫେବୃୟାରୀ ମାସରେ ଟ୍ରେଞ୍ଚ ଖୋଳି ରଖାଗଲା ଏବଂ ତା’ର ନାମ କରଣ କରାଯାଇ “ରାକେଶ” ରଖାଯାଇଥିଲା । ନରହନ୍ତା ରୁ ସେ ହେଲା ରେକେଶ ।
କିନ୍ତୁ ମାର୍ଚ୍ଚ ମାସରେ ରାକେଶ ଅସୁସ୍ଥ ହୋଇପଡିଲା , ତାର ୪ ଗୋଡ଼ରେ ଦୀର୍ଘଦିନ ଧରି ଶିଙ୍କୁଳି ବନ୍ଧା ହେବାରୁ ପ୍ରଥମେ ଆଗ ଗୋଡ଼ ପରେ ପଛ ଦୁଇ ଗୋଡ଼ରେ କ୍ଷତ ଶ୍ରୁଷ୍ଟି ହେଲା , ଯାହା ଦୀର୍ଘଦିନ ହେବ ଶୁଖିବାକୁ ନାଁ ନେଉ ନଥିଲା । ସାତକୋଶିଆ ଏବଂ ଗଁଦିଆ ପ୍ରାଣୀ ଚିକିତ୍ସକ ଙ୍କ ଦ୍ଵାରା ତାହାର ଚିକିତ୍ସା ଜାରି ରହିଥିଲା ।ଯାହାର ଫଟୋ ଏବେ ସୋସିଆଲ ମିଡିଆ ରେ ଘୁରି ବୁଲୁଛି ,ଯାହାକୁ ଦେଖି ଅନେକ ପଶୁ ପ୍ରେମୀ ରାକେଶ କୁ ଶିଙ୍କୁଳି ମୁକ୍ତ କରିବାପାଇଁ ଅପିଲ କରିଛନ୍ତି । ଯାହାକି ୬ ମାସ ତଳେ ମାର୍ଚ୍ଚ ମାସ ରେ ଉଠା ଯାଇଥିବା ରାକେଶ ର ଫଟୋ ।

ଶିଙ୍କୁଳି ହେତୁ ଦନ୍ତା ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତ ଶୁଖିବାରେ ସହାୟକ ପାଇଁ ରାକେଶ’କୁ କ୍ରଲ୍ (କାଠବାଡ଼)ରେ ଆବଦ୍ଧ କରି ରଖିବାକୁ ଯୋଜନା କରିଥିଲା ବନ ବିଭାଗ ।
“କ୍ରଲ୍ ହେଉଛି ଏକ ପ୍ରକାର କାଠ ନିର୍ମିତ ଚୌପାଢ଼ି। ଅର୍ଥାତ୍ ଏକ ସ୍ଥାନକୁ ବଡ଼ ବଡ଼ କାଠ ଗଣ୍ଡି ଦ୍ୱାରା ଆବଦ୍ଧ କରାଯାଇଥାଏ। ଏହା ଭିତରେ ହାତୀ ରହିବା ଭଳି ଜାଗା ଥାଏ। ହାତୀକୁ କ୍ରଲ୍ରେ ରଖିବା ପରେ ଏହାର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ଏବଂ ଚିକିତ୍ସା କରିବାରେ ସୁବିଧା ହୋଇଥାଏ। “
ଜୁନ ୧୦ ରେ ରାକେଶ କୁ ଶିଙ୍କୁଳି ମୁକ୍ତ କରାଯାଇ କାଠବାଡରେ ଆବଦ୍ଧ କ୍ରଲ୍ ମଧ୍ୟରେ ଭର୍ତ୍ତି କରାଯାଇଥିଲା । କାଠ ବାଡ଼ ଭିତରେ ହାତୀଟି କିପରି ସୁରକ୍ଷିତ ଏବଂ ସୁବିଧାରେ ରହିପାରିବ ସେ ନେଇ ଚିଡିଆଖାନା କର୍ମଚାରୀମାନେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିଲା । ଦୀର୍ଘଦିନର ଅସୁସ୍ଥତା ପରେ ରାକେଶ ଯେପରି ଭଲଭାବେ ଚଳପ୍ରଚଳ ହୋଇପାରିବ ସେଥିପାଇଁ ତାକୁ ରେସ୍କ୍ୟୁ ସେଣ୍ଟରରୁ କ୍ରଲ୍ ମଧ୍ୟକୁ ସ୍ଥାନାନ୍ତର କରାଯାଇଥିଲା ।

ରାକେଶ ପାଇଁ ୧୨ ଫୁଟ ଲମ୍ବ ଓ ୧୨ ଫୁଟ ଚଉଡ଼ା କାଠ ବାଡ଼ରେ ଆବଦ୍ଧ ହୋଇଥିବା ଏକ କ୍ରଲ ନିର୍ମାଣ କରାଯାଇଛି । ଏଥିପାଇଁ ମୋଟ ୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ କରାଯାଇଛି । ରାକେଶ ଏବେ ସୁସ୍ଥ ଅଛି ଏବଂ ତାର ଗୋଡ଼ରେ ହୋଇଥିବା କ୍ଷତ ଭଲ ହୋଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାକେଶ କୁ ମୁକ୍ତ କରିବାକୁ ନେଇ ସୋସିଆଲ ମିଡିଆରେ ବହୁତ ବାଦ ବିବାଦ ଲାଗିବାରୁ ୨୧ ସେପ୍ଟେମ୍ବର ରେ ରାକେଶ କୁ ଗାଧୋଇ ଦିଆଯାଉଥିବାର ଏକ ଭିଡିଓ ଢେଙ୍କାନାଳ ଜିଲ୍ଲା ବନ ଅଧିକାରୀ ଜାରି କରିଛନ୍ତି ଏବଂ କହିଛନ୍ତି କି ରାକେଶ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।
ତେବେ ରାକେଶ ର ଅସୁସ୍ଥତା ନେଇ ଯେଉଁ ଫୋଟୋ ଭାଇରାଲ ହେଉଛି ତାହା ୬ ମାସ ପୂର୍ବର ଏବଂ ରାକେଶ ଅନେକ ଲୋକଙ୍କ ଜୀଵନ ନେଇଥିବାରୁ ତାକୁ ବନ୍ଦୀ କରାଯାଇଛି । ତାହାର ଶ୍ୱଭାଵରେ ପରିବର୍ତ୍ତନ ଆସିଲେ ତାକୁ ଜଙ୍ଗଲ ରେ ଛଡା ଯାଇପାରିବ ବୋଲି ସୂଚନା ମିଳିଛି ।
ଏ ନେଇ ପୂର୍ବତନ ଜିଲ୍ଲା ବନ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି ରାକେଶ ଅନେକ ଜୀଵନ ନେଇଛି ସେ ବାହାରକୁ ବାହାରିଲେ ସତ୍ୟନାଶ କରିଦେବ ।
