News
lipub
samparksetu

ଭତ୍ତା ରୁ ବଞ୍ଚିତ ଦେବକୀ

କାମାକ୍ଷାନଗର: ବର୍ଷେ ତଳେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ! ଦୁଇଟି ପୁଅ ଯେ ଜଣେ ଦିନ ମଜୁରୀଆ ଓ ଅନ୍ୟ ଜଣେ ମାନସିକ ବିକୃତ। ନା ଅଛି ରୋଜଗାର ନା ଅଛି ଧନ ସମ୍ପତ୍ତି! ଦଇବ ଦେଇଛି ଦାରୁଣ ଦୁଃଖ। ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତା ଦେବକୀ ବେହେରା।

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଢିବିଲି ପଞ୍ଚାୟତର ସ୍ବର୍ଗତ ଯୁଧିଷ୍ଠିର ବେହେରାଙ୍କ ପତ୍ନୀ ହେଉଛନ୍ତି ଦେବକୀ। ପେଟକୁ ଦାନା ଯୋଗାଡ଼ କରିବାକୁ ସକ୍ଷମ ନୁହଁନ୍ତି ତାପରେ ବି ରୋଗ ଦାଉ ସାଧୁଛି। ବୟସ ଷାଠିଏ ପାର ଓ ବିଧବା ହୋଇଥିବା ବେଳେ ବି ନା ମିଳୁଛି ବାର୍ଦ୍ଧକ୍ୟ ଜନିତ ଭତ୍ତା ନା ବୟସ୍କ ଜନିତ କାରଣରୁ ଭତ୍ତା। ସରକାରୀ ନିର୍ଦ୍ଦେଶ ରହିଛି ଯେଉଁ ମାନେ ଦରଖାସ୍ତ କରିବେ ବା ଅନଲାଇନ ଫର୍ମ ପୂରଣ କରିବେ ସେମାନେ ଭତ୍ତା ପାଇବେ। ତେବେ ଏହିପରି ଶିକ୍ଷା ର ଅଭାବ ଓ ଅସହାୟ ଗରିବ ଶ୍ରେଣୀର ଲୋକମାନେ କ’ଣ କରିବେ କାହା ପାଖକୁ ଯିବେ? ପ୍ରଶାସନକୁ ଅନୁରୋଧ ସରକାରୀ ସ୍ତରରେ ଏହି ପରି ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଇ ଭତ୍ତା ପାଇବା ତାଲିକାଭୁକ୍ତ କରାଯାଉ।

new life
You might also like
error: Content is protected !!