News
WhatsApp Image 2023-10-04 at 17.25.00
samparksetu

ଦେଶ ସ୍ଵାଧୀନତା ପାଇଁ ଜୀବନକୁ ବାଜି ଲଗାଇଥିଲେ ଢେଙ୍କାନାଳର ବୀର ପୁତ୍ର ସହିଦ୍ ବାଜି ରାଉତ

ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ ‘ବାଜି ରାଉତ’ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲ୍ଳାର ଭୁବନଠାରୁ ପ୍ରାୟ ୩ କିଲୋମିଟର ଦୂରବର୍ତ୍ତୀ ବ୍ରହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଗ୍ରାମ ର ଏକ ଖଣ୍ଡାୟତ ପରିବରରେ ଜନ୍ମ ଗ୍ରହଣ କରିଥିଲେ ସହିଦ୍ ବାଜି ରାଉତ (ବାଜିଆ) ।

‘ପ୍ରଜାମଣ୍ଡଳ’ ପରି ଛୋଟ ପିଲାମାନଙ୍କର ମଧ୍ୟ ‘ବାନରସେନା’ ନାମକ ଏକ ସଂଗଠନ ରହିଥାଏ। ଏହି ସଂଗଠନର କର୍ମୀଥିଲେ ‘ବାଜି ରାଉତ’।

୧୯୩୮ ମସିହା ଅକ୍ଟୋବର ମାସ ୧୧ତାରିଖ ଅନ୍ଧାରିଆ ରାତିରେ କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ ।

ଢେଙ୍କାନାଳରେ ପହଁଞ୍ଚିବା ପାଇଁ ଇଂରେଜମାନେ ଘାଟରେ ଥିବା ନାଉରିଆ ମାନଙ୍କୁ ନଦୀପାର କରିବାପାଇଁ କହିଥିଲେ। ୧୨ ବର୍ଷର ବାଳକ ବାଜି ରାଉତ ଇଂରେଜ ମାନଙ୍କୁ ନଦୀପାର କରି ଦେବାକୁ ମନା କରିଥିଲା। ଇଂରେଜମାନଙ୍କ ଆଦେଶକୁ ‘ବାଜି ରାଉତ’ ମାନି ନଥିବାରୁ ଇଂରେଜମାନେ ‘ବାଜି ରାଉତ’କୁ ଗୁଳି କରି ହତ୍ୟା କରିଥିଲେ। ଏହି ଗୁଳିକାଣ୍ଡରେ ‘ବାଜି ରାଉତ’ଙ୍କ ସମେତ ଅନ୍ୟ ଦୁଇ ବାନର ସେନା କର୍ମୀ ଲକ୍ଷଣ ମଲ୍ଲିକ ଓ ଫଗୁ ସାହୁ ନିହତ ହୋଇଥିଲେ।

ନିଜ ଜନ୍ମଭୁମି ପାଇଁ ଜୀବନ ଉତ୍ସର୍ଗ କରିଥିବା ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡ଼ଜାତ ସୁର୍ଯ୍ୟ । ବୀର ମାଟିର ବୀର ପୁତ୍ର ପାଇଁ ଆଜି ଢେଙ୍କାନାଳ ତଥା ସାରା ଭାରତ ଗର୍ବିତ ।

new life
You might also like
error: Content is protected !!