ଆଜି ସଖାଳେ ଫେସବୁକ ଖୋଲୁ ଖୋଲୁ ଦିଲ୍ଲୀ ର ମାଲବ୍ୟ ନଗର ଏକ ଢାବା “ବାବା କି ଢାବା” ଛୋଟିଆ ଦୋକାନ ଟିଏ ପନିର ମଟର ଆଉ ରୋଟି ବିକ୍ରି କରୁଥିବା ଖୁବ୍ ଛୋଟ ଦୋକାନ ,ର ଭିଡିଓ ଦେଖୁଥିଲି ,ଜଣେ ଫୁଡ୍ ବ୍ଲଗର (ୟୁଟ୍ୟୁବର ) ଢାବର ମାଲିକ ଙ୍କ ସହ କଥା ହେବା ବେଳେ ବିକ୍ରି ହେଉନଥିବାରୁ ଭୋ ଭୋ ହୋଇ କାନ୍ଦି ଥିଲେ ।ସେ ୟୁଟ୍ୟୁବର ଜଣଙ୍କ ସାନ୍ତ୍ଵନା ଦେଉଥିବାର ଦେଖିଲି ।ଉକ୍ତ ଭିଡିଓ ଟିକୁ ସେ ତାଙ୍କ ର ପେଜ୍ ରେ ସେୟାର କରିବାର କିଛି ସମୟ ମଧ୍ୟରେ ଭିଡିଓ ଟି ଖୁବ୍ ଭାଇରାଲ୍ ହେବାକୁ ଲାଗିଲା ଏବଂ ଏହାକୁ ବଲିଉଡ୍ ସେଲିବ୍ରିଟ୍ ରବିନା ଟଣ୍ଡନ ଓ ସ୍ଵରା ଭାସ୍କର ମଧ୍ୟ ସେୟାର କରିଥିଲେ । ଆଜି ଏହି ଦୋକାନ ଆଗରେ ଭିଡ ହିଁ ଭିଡ …ଖାଇବା ପାଇଁ ଲମ୍ବା ଲାଇନ ଏ ହେଉଛି ସେହି ସମୟର ଫଟୋ …. ଭଲ ଲାଗିଲା ବୋଲି ଆପଣଙ୍କ ସହ ସେୟାର କଲି .

ଏ ସତ କାହାଣୀ ଟି ଅନେକ କଥା ଶିକ୍ଷା ଦେଉଛି ,ପ୍ରଥମଟି ହେଉଛି ଏ କୋରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ରୋଜଗାର ହରେଇଛନ୍ତି ଆଉ ସବୁଠୁ ଅଧିକ ପ୍ରଭାବ ପଡିଛି ଏହି ଛୋଟ ଦୋକାନ ଉପରେ ..ତେଣୁ ଯେବେ ବି ସୁଯୋଗ ପାଇବେ ବଡ ଦୋକାନ ଭିଡ ଦେଖି ନଯାଇ ଏହି ଛୋଟ ଛୋଟ ଦୋକାନରୁ ଜିନିଷ କିଣନ୍ତୁ ସେମାନଙ୍କୁ ବି ପ୍ରୋତ୍ସାହିତ କରନ୍ତୁ ।
ଆଉ ଗୋଟିଏ ଦିଗ ହେଲା ଆପଣଙ୍କ ର ମନେ ଥିବ ଗତବର୍ଷ ଭଦ୍ରକ ଦଙ୍ଗା ବିଷୟରେ ଆଉ ଜାଣନ୍ତି ଏ ଦଙ୍ଗା ସୋସିଆଲ ମିଡିଆ ରେ ହିଁଁ ସୃଷ୍ଟି ହୋଇଥିଲା ..ଏମିତି ଅନେକ ନଜରୀ ରହିଛି ..
ତେଣୁ ସୋସିଆଲ ମିଡିଆରେ ଫେକ୍ ନ୍ଯୁଜ୍ ,ଫେକ୍ ପୋଷ୍ଟ ଏବଂ କାହାକୁ ଆଘାତ ପହଞାଇବା ଭଳି ଫୋଷ୍ଟ ରୁ ନିବୃତ୍ତ ରୁହନ୍ତୁ ।
ଆଶା କରିବା ଆଗକୁ ସୋସିଆଲ ମିଡ଼ିଆ ଏମିତି ଭଲ କାର୍ଯ୍ୟ ରେ ତାର ଶକ୍ତି ଦେଖାଉ ….ସୋସିଆଲ ମିଡିଆ ଶୋଷଣ ମିଡିଆ ହେଇ ନଯାଉ …ଧନ୍ୟବାଦ
✍️ତପନ ଦାସ
