୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ମୁହଁକୁ ମୁହଁ ଦିଶୁନି ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡଘଡିର ତାଣ୍ଡବଲୀଳା ଚାଲିଛି ସେଇ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଛନ୍ତି ବାଳକ ବୀର ବାଜି ରାଉତ ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦିଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର କରାଇବ ପିଲାଲୋକ ସିଏ ଟିକେ ହାଲିଆ ହୋଇ ବସି ପଡିଛନ୍ତି କି ନାହିଁ, ନିଦରେ ତାଙ୍କର ଆଖିପତା ମୁଦି ହୋଇଗଲା ।
କୋଳାହଳରେ ବାଜିଆଙ୍କ ନିଦ ଭାଙ୍ଗିଗଲା ଅନ୍ୟ ସ୍ବେଚ୍ଛାସେବୀମାନେ ଧଡପଡ ହୋଇ ଉଠି ପଡିଲେ ଶୁଣିଲେ ଡଙ୍ଗାକୁ ତୁରନ୍ତ କୁଳରେ ଲଗାଇବା ପାଇଁ ନରହନ୍ତା ସିପାହୀ ଦଳ ଗର୍ଜନ କରୁଛନ୍ତି “ କୁଳକୁ ଡଂଗା ଆଣ, କୁଳକୁ ଡଂଗା ଆଣ |” ବାଜିଆ ଦେହରେ ଶତ ସିଂହର ବଳ ଜାଗି ଉଠିଲା । କ୍ରୋଧରେ ଜର୍ଜରିତ ହୋଇ ରକ୍ତରେ ତାଙ୍କର ନିଆଁ ଲାଗିଗଲା । ସେ ହଠାତ୍ ସ୍ବେଚ୍ଛାସେବୀଙ୍କ ଓ ବାନର ସେନାଙ୍କ ଆଗକୁ ଚାଲି ଆସିଲେ | ଏ ମାଟିର ସିଂହଛୁଆ ସେ ଫଉଜକୁ ଅନେଇ ବୀରଦର୍ପରେ ଜବାବ ଦେଲେ –“ ପ୍ରଜାମଣ୍ଡଳର ହୁକୁମ, ଡ଼ଙ୍ଗା ଦେବି ନାହିଁ |” ସିପାହୀମାନେ ପୁଣି କହିଲେ – “ ଜାଣିଛୁ ଆମେ କିଏ ? ଆମେ ତୋତେ ଗୁଳିରେ ଉଡାଇ ଦେଇପାରୁ ” ବାଜିଆ କ୍ରୋଧରେ ଗର୍ଜନ କରି କହିଲେ –“ ଆରେ, ରଖ ତୋ’ ଗୁଳି ମୁଁ ଜାଣିଛି ତୁମେ ହେଉଛ ଅତ୍ୟାଚାରୀ ରାଜାର କୁକୁର ଦଳ – ତୁମେ ଗାଁ ଗାଁ ବୁଲି ଗାଁଗଣ୍ଡା ଛାରଖାର କରୁଛ, ସମ୍ପତି ଲୁଟ୍ କରୁଛ, ମା ଓ ଭଉଣୀଙ୍କ ଇଜ୍ଜତ ନେଉଛ, ଭାଇମାନଙ୍କୁ ଜୀବନରେ ମାରୁଛ ତୁମେ ପଶୁ, ରାକ୍ଷସ ” ଆଖି ପିଛୁଳାକେ ବନ୍ଧୁକରୁ ଛୁଟି ଅସିଲା ଗୁଳି ଗୁଡୁମ୍ ଗୁଡୁମ୍ ଗୁଳି ମାଡ଼ରେ ବାଜିଆଙ୍କ କଁଅଁଳିଆ ଖପୁରୀଟି ଫାଟି ଦି’ ଫାଳ ହୋଇଗଲା ଗଛ କାଟିଲା ଭଳି ସେ ତଳେ ପଡିଗଲେ ।
ରକ୍ତ ଜୁଡୁବୁଡୁ ଦେହରେ ସେ ପୁଣି ଉଠି ଠିଆ ହେଲେ ସେ ଡରିବାର ପିଲା ନୁହେଁ ତାଙ୍କ ଭିତରଟା ବଜ୍ରଠାରୁ ଆହୁରି କଠିନ । ଦେହରେ ତାଙ୍କର ଅମାପ ଶକ୍ତି ବଡ ପାଟିରେ ଡାକ ଛାଡିଲେ “ ଧାଇଁ ଆସ ହେ ଧାଇଁ ଆସ ପ୍ରଜାମଣ୍ଡଳର ଲୋକ କେଉଁଠି ଅଛ ଧାଇଁ ଆସ ଆମ ଘାଟକୁ ପୁଲିସ୍ ଆଇଚି, ତା’ ପରେ ସବୁ ଶେଷ ।
ଢେଙ୍କାନାଳର ନୀଳକଣ୍ଠପୁର ର ୧୨ବର୍ଷର ବାଳୁତ ବାଜିଆ ବିଶ୍ୱ ଭୁବନରେ ନିଜର ଗାଥା ଲେଖିଗଲା ।
