News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ବେପାରୁଆ ନୀତି, ଜୀବନ ପଛେ ଯାଉ ପକେଟ ଗରମ ଥାଉ

ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ବିଦ୍ୟୁତ୍ କୁ ନେଇ ଢେଙ୍କାନାଳ ବାସୀଙ୍କ ଭିତରେ ସର୍ବଦା ଅଶାନ୍ତି ଲାଗି ରହିଛି । କେତେବେଳେ ବେନିୟମରେ ବିଦ୍ୟୁତ୍ କାଟ ତ କେତେବଳେ ଲାଇନ ନଥାଇ ମଧ୍ୟ ମାତ୍ରାଧିକ ବିଲ୍ ।

ତେବେ ଏବେ ଏକ ସଂଗିନ ଅଭିଯୋଗ ଆଣିଛନ୍ତି କିଛି ବିଦ୍ୟୁତ୍ ଉପଭୋକ୍ତା । ସୂଚନା ଅନୁଯାୟୀ ଢେଙ୍କାନାଳ ସହରରେ ବିଭିନ୍ନ ଜାଗାରେ ୧୧ କେଭି ତାର ଟଣା ଯାଇଛି ତେବେ ଏହି ତାର ସଂସ୍ପର୍ଶରେ ଆସି ବିଭିନ୍ନ ସମୟରେ ବିଭିନ୍ନ ପ୍ରଜାତିର ପକ୍ଷୀ ପ୍ରତ୍ୟେକ ଦିନ ମୃତୁବରଣ କରୁଛନ୍ତି ଏନେଇ ବିଭିନ୍ନ ତର୍କ ଵିତର୍କ ମଧ୍ୟ ସରିଛି । ତେବେ ଏଭିତରେ କିଛି ବିଦ୍ୟୁତ୍ କର୍ମଚାରୀ ନିଜ ପକେଟ ଗରମ କରିବାକୁ ଯାଇ କିଛି ଘର ଆଗରେ ପ୍ଲାଷ୍ଟିକ କୋଟେଡ଼ ୧୧ କେଭି ତାର ଲଗାଇଛନ୍ତି । ସେହି ଘର ଛାଡ଼ି ପାଖ ଅଞ୍ଚଳ ଗୁଡିକରେ ଖୋଲା ୧୧ କେଭି ଲାଗିଛି ଯାହାକି ଉପଭୋକ୍ତାଙ୍କ ଘରର ଅତି ପାଖ ଦେଇ ଯାଇଛି ।

ତେବେ ପ୍ରଶ୍ନ ଉଠିଛି କିଛି ଘରକୁ କାହିଁକି ଢେଙ୍କାନାଳ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଏତେ ଦରଦ । ଅଞ୍ଚଳବାସୀ ଏନେଇ ପଇସା କାରବାର ନିଶ୍ଚିତ ହୋଇଛି ବୋଲି ଦାବି କରିଛନ୍ତି । ତେବେ ଆହୁରି ମଧ୍ୟ କହିଛନ୍ତି ସରକାର କିମ୍ବା ଅଧିକାରୀ କୌଣସି କଥା ଶୁଣୁ ନଥିବାରୁ କେଉଁଠେ ଲାଞ୍ଚ ଦେଲେ ସମସ୍ତେ ସୁରକ୍ଷିତ ରହିବେ ବୋଲି ସାଧାରଣ ମହଲରେ ପ୍ରଶ୍ନ ।

new life
You might also like
error: Content is protected !!