ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗାଁର କୈଳାସ ବେହେରା( ୫୦) । ଗୋଟିଏ ବୋଲି ଝିଅ ବିବାହ ପରେ ଦୁଇ ପୁଅ ଓ ପତ୍ନୀ ସହ ଏବେ ଗୋଟିଏ ବଖରା ପୁରୁଣାକାଳିଆ ଘରେ ରହୁଛନ୍ତି। ଯେଉଁ ଘରେ ବର୍ଷା ହେଲେ ପାଣି ଗଳେ ବୃତି ରେ ଜଣେ ଚାଷୀ ।
ତିନି ବର୍ଷ ତଳେ ହଠାତ୍ ଏକଅଙ୍ଗିଆ ବାତ ଧରିବାରୁ ସେ ଏବେ କାମ କରିବା ପାଇଁ ଅକ୍ଷମ। ଶରୀର ବାମ ପାର୍ଶ୍ଵ ଅଙ୍ଗ ତାଙ୍କର ଚଳପ୍ରଚଳ ହେଉ ନାହିଁ। ଘର ଦ୍ବାର ମୁହଁରେ ପଡ଼ିଥିବା କାଠ ଚୌକିରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଟୁଛି। ଯୁଆଡ଼େ ଯିବାକୁ ହେଲେ ପତ୍ନୀ ବା ପୁଅ ଭରଷା ରେ ଯାଉଛନ୍ତି।
ଡ଼ାକ୍ତରଖାନା ଦୌଡ଼ି ଦୌଡ଼ି ସର୍ବସ୍ବାନ୍ତ ହେବାକୁ ବସିଛି। ଦୁଇ ପୁଅ ଏବେ କିଶୋର ଅବସ୍ଥା, କାମ କରିବା ଚାହୁଁ ଥିଲେ ମଧ୍ୟ କାମ ମିଳୁ ନାହିଁ। ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ୧୧ ମାସ ତଳେ ଅନଲାଇନ ଫର୍ମ ପୂରଣ କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ତାଙ୍କୁ ପ୍ରମାଣ ପତ୍ର ମିଳିନାହିଁ। ଯେଉଁ କାରଣ ପାଇଁ ତାଙ୍କୁ ଭତ୍ତା ଟିଏ ମଧ୍ୟ ମିଳି ପାରୁ ନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ କରୋନା ପାଇଁ ବିଫଳ ହୋଇଛନ୍ତି। ଦରଖାସ୍ତଟି ଅଭିଯୋଗ ବାକ୍ସରେ ପକାଇ କେବେ ମିଳିବ ସହାୟତା ଅନାଇ ବସିଛନ୍ତି।
