News
WhatsApp Image 2023-10-04 at 17.25.00
samparksetu

ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ରୁଣୀ ରହିବି ; ନବୀନ ପଟ୍ଟନାୟକ

ନବୀନ @ ୭୫ ; ସଫଳ ଓ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନ ଶୈଳୀରେ ବିଶ୍ବାସ ରଖିଥିବା ନବୀନ ଜଣେ ପ୍ରବୀଣ ଓ ଚତୁର ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ତାଙ୍କ ବ୍ୟକ୍ତିତ୍ୱର ଆକର୍ଷଣ ଏତେ ପ୍ରଖର ଯେ ସେଠି ରାଜନୈତିକ ବାଛବିଚାର କାମ କରୁନାହିଁ । ତାଙ୍କ ବ୍ୟକ୍ତିତ୍ୱରେ କୌଣସି ଯାଦୁ ଭରି ରହିଥିବା ଅନେକଙ୍କ ବିଶ୍ୱାସ । ଏହା ନିଚ୍ଛକ ସତ ଯେ ସମସାମୟିକ ଓଡ଼ିଶା ରାଜନୀତିରେ ତାଙ୍କ ଭଳି ଉଚ୍ଚ ବ୍ୟକ୍ତିତ୍ୱସମ୍ପନ୍ନ ରାଜନେତା ଏଯାଏଁ ଦେଖାନାହାନ୍ତି । ବାପା ବିଜୁ ପଟ୍ଟନାୟକଙ୍କ ପରେ ସେ ହିଁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା ଭାବେ ଆଦୃତ ହୋଇସାରିଛନ୍ତି ।

୫୦ ବର୍ଷ ଅତିକ୍ରାନ୍ତେ ରାଜନୀତିର ଧାର ଧରି ନ ଥିବା ବିଜୁବାବୁଙ୍କର ଏହି ପୁଅ ଯେ ରାଜନୈତିକ ସଫଳତାରେ ବାପାଙ୍କୁ ଟପିଯିବେ ତାହା ଅନେକଙ୍କୁ ଏବେ ବି ଆଶ୍ଚର୍ଯ୍ୟ କରେ । ରାଜନୀତିରେ ପାଦ ଥାପିଲା ଦିନୁ ସଫଳତାର ସିଢ଼ି ଚଢ଼ୁଥିବା ନବୀନଙ୍କୁ ବିଫଳତା ସ୍ପର୍ଶ କରିପାରିନି । ଖାଲି ନିଜ ରାଜ୍ୟରେ ନୁହଁନ୍ତି, ନିକଟରେ ଇଣ୍ଡିଆ ଟୁଡେ ସର୍ଭେରେ ସେ ଦେଶରେ ୧ ନଂ ସ୍ଥାନରେ ଅଛନ୍ତି ।

ତେବେ ତାଙ୍କର ରାଜନୈତିକ ଭବିଷ୍ୟତ ଯାହା ହେଉ ନା କାହିଁକି ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ତାଙ୍କୁ ଜନମାନସରେ ସୁପର୍ ହୀରୋ କରିସାରିଛି । ଆଗକୁ ତାଙ୍କର ଚଲାପଥ ଆହୁରି ସୁଗମିତ ହେଉ ଏହା ହିଁ ତାଙ୍କ ଜନ୍ମଦିନରେ ସମସ୍ତଙ୍କ କାମନା ।”

ତେବେ କରୋନା କଟକଣା ପାଇଁ ନିଜର ଜନ୍ମଦିନକୁ ଚଳିତ ବର୍ଷ ନବୀନ ପାଳନ କରିବେ ନାହିଁ । ଜନ୍ମଦିନରେ ଗରୀବ ଲୋକଙ୍କୁ ସାହାଯ୍ୟ କରିବାକୁ କଲେ ନିବେଦନ । ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ରୁଣୀ ରହିବେ ବୋଲି କହିଲେ ନବୀନ । ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

new life
You might also like
error: Content is protected !!