News
WhatsApp Image 2023-10-04 at 17.25.00
samparksetu

ବର୍ଷା ହେଲେ ଉବୁଟୁବୁ ରଥଗଡା

ଅଦିନିଆ ବର୍ଷାରେ ବେହାଲ ଢେଙ୍କାନାଳ ସହର କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ରାସ୍ତାଉପର ଖାଲ ରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତେବେ ସବୁଠାରୁ ଅଧିକ ଦୁର୍ଦ୍ଦସା ଦେଖିବାକୁ ମିଳିଛି ରଥଗଡା ମାର୍କେଟ ରେ । ସହରର ବ୍ୟବସାୟିକ କେନ୍ଦ୍ରବିନ୍ଦୁ ପାଲଟିଥିବା ରଥଗଡାର ହାଲ ସାମାନ୍ୟ ବର୍ଷା ହେଲେ ବେହାଲ ହୋଇଯାଏ ।

ତେବେ ଏହା ଆଜିର ନୁହେଁ ବହୁବର୍ଷର ସମସ୍ୟା । ଗୋଟିଏ ପଟେ ପାଣି ଆସି ବିଭିନ୍ନ ଦୋକାନ ଭିତରେ ପସିଥାଏ ତ ଅନ୍ୟପଟେ ରାସ୍ତାଉପରେ ଲହଡି ଭାଙ୍ଗୁଥାଏ ଡ୍ରେନ ପାଣି ତେବେ ଏନେଇ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ପୌରପାଳିକାକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ତୁପକ୍ଷ କୌଣସି ପଦକ୍ଷେପ ନେଉନଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଅନ୍ୟପଟେ କିଛି ଉଠା ଦୋକାନୀ ନିଜର ବର୍ଜ୍ୟବସ୍ତୁ ଗୁଡିକୁ ଡ୍ରେନ ଭିତରେ ଫିଙ୍ଗୁଥିବାରୁ ଡ୍ରେନ ଗୁଡିକ ଜାମ ହେଉଥିବାର ସୂଚନା ମିଳିଛି ।

ତେବେ କିଛିଦିନ ତଳେ ପ୍ରଚାର ଯୋଗେ ଡ୍ରେନ ସଫା କଥା ସହର ସାରା ଶୁଭୁଥିବା ବେଳେ ରଥଗଡା ହାଲତ ଦେଖିଲେ ଏହା ଅଟହାସ୍ୟ ପରି ମନେ ହୁଏ ।

new life
You might also like
error: Content is protected !!