କଙ୍କଡ଼ାହାଡ଼ ତହସିଲ ଅଧିନ ଝିଲ୍ଲୀ ଗାଁରେ ବେଆଇନ ଚାଲିଥିବା ପଥର ଖଣି ବିଷୟରେ ପୂର୍ବରୁ ଅନେକ ବାର ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ହୋଇଛି । ତେବେ ଶେଷରେ ଉକ୍ତ ପଥର ଖଣି କୁ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

କଙ୍କଡାହାଡ଼ ତହସିଲ ଅଧୀନରେ ଥିବା ଝିଲ୍ଲୀ ଗାଁ ପାହାଡ଼ର ପଥର ଖଣିରେ ବେଆଇନ ଭାବେ ଆବଶ୍ୟକ ଠାରୁ ଅଧିକ ପଥର ବ୍ଲାଷ୍ଟିଂ ହବୁଥିବା ନେଇ ବହୁ ବାର ଅଭିଯୋଗ ହୋଇଅସୁଥିଲା ।ବ୍ଲାଷ୍ଟିଂ ରେ ସ୍ଥାନୀୟ ସାଧାରଣ ଲୋକଙ୍କ ଘର କାନ୍ଥ ଫାଟିବା ସହିତ ବାୟୁମଣ୍ଡଳ ଦୂଷିତ ହେଇଥିଲା । ଯାହାକୁ ନେଇ ଅନେକ ଥର ଆମେ ଖବର ପ୍ରସାରଣ କରିଛୁ । ତେବେ ଏ ନେଇ ଚଳିତ ମାସରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ବେଆଇନ ପଥର ଖଣି ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବ୍ଲାଷ୍ଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
