ଆଜିକାଲିର ଦୁନିଆ ସୋସିଆଲ ମିଡ଼ିଆର ଦୁନିଆ ଏହା ମୁ ନୁହେଁ ଆମେ ସମସ୍ତେ କହୁଚେ । ତେବେ ମୁଦ୍ରାର ଦୁଇ ପାର୍ଶ୍ଵ ପରୀ ପ୍ରତିଟି ଜିନିଷର ସଦ ଓ ଅସଦ ଦୁଇଟି ବ୍ୟବହାର ରହିଛି ।
ସଦ ବ୍ୟବହାର ଯେପରିକି କୌଣସି ପର୍ଯ୍ୟଟନ ସ୍ଥଳୀ ର ସୂଚନା ମିଳିପାରିବା, କୌଣସି ସମସ୍ୟା ନେଇ କର୍ତ୍ତୃପକ୍ଷ ଙ୍କ ପାଖରେ ପହଞ୍ଚାଇ ପାରିବା ।
ଅସଦ ମିଛ ଗୁଜବ ପ୍ରଚାର, ଦଙ୍ଗା ପ୍ରଲୋଭନ ଏବଂ ଜନସାଧାରଣ ଙ୍କ ଶାନ୍ତି ଭଙ୍ଗ ।
ତେବେ ସବୁ ଜିନିଷ ପରି ଏଥିରେ ମଧ୍ୟ ଅସଦ ବ୍ୟବହାର ର ପରିମାଣ ବଢି ବଢି ଚାଲିଛି । ଜାହାକୁ ଗୋଟିଏ ବାକ୍ଯ ରେ କୁହନ୍ତି କାଦୁଅ ଫୋପଡା ଫୁପୁଡି, କାମ ଜିରୋ କଥାରେ ହିରୋ ।
ଗତକିଛି ଦିନ ତଳେ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ କୁ ନେଇ ଦେଖାଦେଇଥିଲା ଝଡ଼ । ଏହା ଏତେ ମାତ୍ରାରେ ବ୍ୟାପୀ ଯାଇଥିଲା ଯେ ଦେଶବିଦେଶ ରେ ମଧ୍ୟ ଏହାର ପ୍ରଭାବ ଦେଖା ଦେଇଥିଲା । ତେବେ ଏହାକୁ ନେଇ ଆଗେଇ ଆସିଥିଲେ କିଛି ଜାତୀୟ ଗଣମାଧ୍ୟମ ମାସ ମାସ ଧରି କଲେ ସ୍ୱର ଉତ୍ତୋଳନ ହେଲେ ଘୁର୍ଣ୍ଣି ବଳୟ ଟି ଅନ୍ୟ ଏକ ରୂପ ନେଇ ମୁଖ୍ୟ ଲକ୍ଷରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇଥିଲା । ସତ୍ୟକୁ ଜଳାଞ୍ଜଳୀ ଦେଇ ଗଞ୍ଜେଇ ଅଫିମ ପଛରେ ଗୋଡ଼ାଇଥିଲେ ତେବେ ଘଟଣା କେତେ ସତ କେତେ ମିଛ ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଥିଲେ ।
ଅନ୍ୟପଟେ ସୋସିଆଲ ମିଡ଼ିଆ କୁ ରାଜନୀତିକ କ୍ଷେତ୍ରରେ ବହୁଳ ବ୍ୟବହାର କରାଯାଇଛି । ଗୋଟିଏ ଦଳର କୌଣସି ଏକ ନେତା କିଛି ଗୋଟିଏ ପୋଷ୍ଟ କୁ ନେଇ ବିପକ୍ଷ ଦଳ ବର୍ଷିଥାନ୍ତି କିଛି ନବୁଝି ନସୁଝି ରିଟ୍ୱିଟ ମାରିଥାନ୍ତି ସେୟାର କରିଥାନ୍ତି ।
ଏବେର କରୋନା କାୟାରେ ବହୁ ମୁଲ୍ୟ ଜୀବନ ହାନି ଘଟିଛି ଯୋଦ୍ଧା ଙ୍କ ଠାରୁ ଆରଂଭ କରି ପରିବାର ଵର୍ଗଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ ତେବେ ଏଭିତରେ ପ୍ରୋଫାଇଲ ଫଟୋ ଚେଞ୍ଜ କରିଥିଲେ କିଛି ବ୍ୟକ୍ତି ନବୁଝି ନଶୁଝି ଓଁ ଶାନ୍ତି ଏବଂ RIP ଲେଖି ପକାଇଥାନ୍ତି ।
ତେବେ ସୋସିଆଲ ମିଡ଼ିଆର ବ୍ୟବହାର କୁ କିଛି ମାତ୍ରାରେ ସୀମିତ କରିବା ନିହାତି ଆବଶ୍ୟକ ରହିଛି । ତେବେ ଏହାକୁ ସଦ ମାର୍ଗରେ ବ୍ୟବହାର କରି ସକରାତ୍ମକ ପୋଷ୍ଟ କରିବାକୁ ଅନୁରୋଧ ।
