News
WhatsApp Image 2023-10-04 at 17.25.00
samparksetu

ଖରାପ ରାସ୍ତା ସାଜିଲା ବାଧକ ଷ୍ଟ୍ରେଚରରେ ବୁହା ହେଲେ ମା’ ସହ ନବଜାତ

ସ୍ଵାଧୀନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ରହିଛି ବହୁ ଅପହଞ୍ଚ ଇଲାକା , ସେଠାରେ ପହଁଚି ପାରି ନାହିଁ ସରକାରୀ ସହାୟତା ଯୋଜନା ସେଠାରେ କେବଳ କାଗଜପତ୍ର ରେ ସୀମିତ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ ଏକୁଲ ଗ୍ରାମରେ । ଗ୍ରାମକୁ ସଠିକ ରାସ୍ତାଟିଏ ନଥିବାରୁ ଗ୍ରାମକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ଫଳରେ ଷ୍ଟ୍ରେଚର ରେ ଆମ୍ବୁଲାନ୍ସ କୁ ବୁହା ହୋଇ ଆସିଲେ ମହିଳା ଏବଂ ନବଜାତ ।

ସୂଚନା ଅନୁସାରେ ଆଜି ସକାଳେ ସେହି ଗ୍ରାମର ନିରଞ୍ଜନ ଦେହୁରୀଙ୍କ ସ୍ତ୍ରୀ ଉପାସି ଦେହୁରୀଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିବା ବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟି ଗାଁ ଭିତରକୁ ଯାଇପାରିନଥିଲା, ଆମ୍ବୁଲାନ୍ସ ଆସିଲା ବେଳକୁ ତାଙ୍କର ଶିଶୁ କନ୍ୟାଟିଏ ଜନ୍ମ ହୋଇ ସାରିଥିଲା । ପରେ ଘର ଲୋକମାନେ ମା’ ଆଉ ନବଜାତ ଶିଶୁକୁ ଧରି ଆଶା ଦିଦିଙ୍କ ସହ ଦିର୍ଘ ଏକ କିଲୋମିଟର ଚାଲିଚାଲି ଆମ୍ବୁଲାନ୍ସ କୁ ନେଇଥିଲେ ।
ଏବେ କାମାକ୍ଷାନଗର ମେଡ଼ିକାଲରେ ଉଭୟଙ୍କ ଚିକିତ୍ସା ଜାରି ରହିଥିବାର ସୂଚନା ।

new life
You might also like
error: Content is protected !!