ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଅଧୀନସ୍ଥ କେନ୍ଦୁମୁଣ୍ଡା ଗ୍ରାମର ଶୁକୁରୁ ଘଟୁଆଳ ଙ୍କ ଝିଅ ପାଞ୍ଚାଳି ଘଟୁଆଳ । ଆଜକୁ ତିନି ଚାରି ବର୍ଷ ହେବ ମାନସିକ ବିକୃତି ହେତୁ ବାୟାଣୀ ଭଳି ହେଉଛନ୍ତି ।ଅତ୍ୟନ୍ତ ଗରିବ ଏବଂ ଅସହାୟ ହେତୁ ଝିଅ କୁ ଡାକ୍ତରଖାନା କୁ ନେଇପାରୁନଥିଲେ ପିତାମାତା । ତେବେ ଏ ନେଇ ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ସହ ସରକାର ଙ୍କୁ ଅବଗତ କରାଯାଇ ଥିଲା ।

ଘଟଣା ଟିକୁ ଗୁରୁତ୍ତ୍ୱ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପଞ୍ଚଳି ନିଜ ଦାୟିତ୍ୱ ରେ ଚିକିତ୍ସା ଏବଂ ଔଷଧ ଯୋଗାଇ ଦେଇଛି । ଏ ନେଇ ପରିବାର ଏବଂ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି ।
