ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆବୋଲ କାଟେଣୀ ପଞ୍ଚାୟତ ଅନ୍ତର୍ଗତ ବଢ଼େଇ କାଟେଣୀ ଗ୍ରାମ ରେ କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ ଯୋଜନା ମୁତାବକ ସ୍ଥାନୀୟ ଲୋକ ମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସାଢ଼େ ତିନି ଲକ୍ଷ ଟଙ୍କା ବ୍ୟୟ ରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

ପ୍ରାୟ ବର୍ଷେ ହେବ କେବଳ ବୋରୱେଲ ଟି କାର୍ଯ୍ୟ କରୁଥିବା ବେଳେ ପାଇପ କାର୍ଯ୍ୟ ଆରମ୍ଭ ହୋଇପାର ନଥିଲା ତେବେ ଏ ନେଇ ୧୨ ଅଗଷ୍ଟ ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ।
ତେବେ ଖବର ପ୍ରସାରଣ ପରେ ଉକ୍ତ ପ୍ରକଳ୍ପ ଟିର କାର୍ଯ୍ୟ ଶେଷ ହୋଇ ଅଞ୍ଚଳରେ ପାଇପ କାର୍ଯ୍ୟ ଶେଷ ହୋଇଛି । ପ୍ରାୟ ୫୦ ଟି ପରିବାର ପାନୀୟ ଜଳ ପାଇ ଉପକୃତ ହୋଇଛନ୍ତି ।
