News
lipub
samparksetu

୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗିଲା

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ଝରାସାହିକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାରେ ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରେ ୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗି ଦୁଇ ପାର୍ଶ୍ଵକୁ ଖସି ପଡ଼ିଛି।

ଏ ବିଷୟରେ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲେ ମଧ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ସୂଚନା ଥାଉ କି ଏହି କାର୍ଯ୍ୟ ଟି ପାଇଁ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି ସେ କୌଣସି କଥା ପ୍ରତି ଦୃଷ୍ଟି ଦେଇନଥିଲେ ଯେଉଁ କାରଣ ପାଇଁ ଏତେ ଟଙ୍କା ପାଣିରେ ପଡ଼ିଲା। ଏଥିପାଇଁ ଦାୟୀ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

new life
You might also like
error: Content is protected !!