ପର୍ଜଙ୍ଗ ବ୍ଲକ ଗେଙ୍ଗୁଟିଆ ରାଜସ୍ବ ସର୍କଲ କୁଲେଇ ଗାଁ ନିକଟ ଥିବା ଜି.ଏମ.ଆଇରନ ଓ ଷ୍ଟିଲ କମ୍ପାନୀ ର ଲାଭଖୋର ମନବୃତ୍ତି ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗୁରୁତର ଅଭିଯୋଗ ଆଣିଛନ୍ତି।
କମ୍ପାନୀ ବର୍ଜ୍ୟ ପରିଚାଳନାରେ ଅବହେଳା ଯୋଗୁଁ ଆଖପାଖର କୁଲେଇ, କୁଆଳୋ, ପିତିରି, ଖାଲପାଳ, କୁଣ୍ଡିହୋଳ, ସିଙ୍ଘାଡା, ଡୁମାନି, ବିସନାଳୀ, ରଙ୍ଗଥାଳୀ, ବାସୁଳେଇ ପ୍ରଭୁତି ଗାଁ ପାଇଁ ବିପଦ ସୃଷ୍ଟି କରିଛି। କମ୍ପାନୀର ଚିମିନିରୁ ଅତ୍ୟଧିକ ପରିମାଣରେ ନିର୍ଗତ ହେଉଥିବା ଧୂଆଁ ସହ ରାସ୍ତା ଘାଟ ସରୁ ସରୁ ଲୁହା ଗୁଣ୍ଡରେ ପରିପୂର୍ଣ୍ଣ ଯାହା ବିଭିନ୍ନ ରୋଗର କାରଣ ପାଲଟିଛି।
ଏ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନ ପନ୍ଥା ଆପଣେଇବା ପାଇଁ ଅଞ୍ଚଳ ବାସିନ୍ଦା ପ୍ରକାଶ କରିଛନ୍ତି।
