ଅତ୍ଯାବଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷାଗାର ଖୋଲା ଅଛି, ସକାଳ ୮ଟା ୩୪ ସୁଦ୍ଧା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଥିବା ଅତ୍ୟାଵଶ୍ୟକ ସମନ୍ଵିତ ରୋଗ ନିରୂପଣ କେନ୍ଦ୍ରର ପରୀକ୍ଷା ଗାରଟି ମହାମାରୀ କରୋନା ସମୟରେ ଖୋଲା ପଡିଛି। ଏଭକି କିଛି ଦୃଶ୍ୟ ସ୍ଥାନୀୟ ବାସିନ୍ଦା ଦୃଷ୍ଟିକୁ ଆଣିଛନ୍ତି ।
ଅଭିଯୋଗ ଅନୁଯାୟୀ କରୋନା ଭୂତାଣୁ ଭୟଙ୍କର ରୂପ ନେବା ସମୟରେ ରକ୍ତ ପରୀକ୍ଷାଠୁ ଆରମ୍ଭ କରି ଅନେକ ଅତିଜରୁରୀ ପରୀକ୍ଷା କେନ୍ଦ୍ରଟି ଖୋଲା ପଡିବା ସହିତ କର୍ମଚାରୀ ବିହୀନ ହୋଇପଡିଛି । ଯେଉଁଠି ବିଭିନ୍ନ ଔଷଧ ରହିଛି, ରେଜିଷ୍ଟର ରହିଛି ,ଫ୍ୟାନ ବୁଲୁଛି । ଏମିତି ଦାୟିତ୍ଵ ହୀନ ଘଟଣା ସହିତ ରୋଗୀ ଅପେକ୍ଷା କରି ବିରକ୍ତି ହୋଇ ଘରକୁ ଫେରୁଛନ୍ତି ବୋଲି ପରୀକ୍ଷା କେନ୍ଦ୍ରକୁ ଆସିଥିବା ରୋଗୀମାନଙ୍କ ପରିବାରଲୋକେ କହିଛନ୍ତି। ତେବେ ଏଥିପ୍ରତି ଉପଖଣ୍ଡ ପ୍ରଶାସନିକ ଅଧିକାରୀ ସମେତ ବିଭାଗୀୟ ଉପରିସ୍ଥ ଅଧିକାରୀ ଧ୍ୟାନ ଦେଲେ କରୋନା ସମୟର ଅନେକ ବିପଦକୁ ଟାଳି ଦିଆଯାଇପାରେ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି। ବହୁତ ମୂଲ୍ୟବାନ ସାମଗ୍ରୀ ରହିଥିବାବେଳେ କାହାର ଏଥିପାଇଁ ଦୃଷ୍ଟି ପଡୁ ନାହିଁ। ଏପରି ଅବହେଳା ପ୍ରତି ଦୃଷ୍ଟି ଦେବା ପାଇଁ ଆମ ମାଧ୍ୟମରେ ଜଣାଇଛନ୍ତି।
