ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡର ରୂପାଲି ଗ୍ରାମର ସୁକୁମାର ନାଏକଙ୍କ ପତ୍ନୀ ସସ୍ମିତାଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଏକ ଘର ମିଳିଥିଲା। ଯାହାର କାର୍ଯ୍ୟାଦେଶ ଏନଏସି ପକ୍ଷରୁ ଦିଆଯାଇଥିଲା, ନମ୍ବର ଥିଲା ୮୦୬(୨୫୭)।କାମ ଆରମ୍ଭ ହେଲା ପୂର୍ବରୁ ଯେତେବେଳେ ଆଧାର ସଂଯୋଗ କରାଗଲା ଜଣାପଡ଼ିଲା ସେ ପୂର୍ବରୁ ଘର ପାଇଛନ୍ତି। ଘର ଖଣ୍ଡିଏ ପାଇ ଖୁସି ହେବା ପୂର୍ବରୁ ଘର ଚୋରି ହୋଇଗଲା। ଅନୁସନ୍ଧାନ ପରେ ଜଣାପଡ଼ିଲା ବସନ୍ତ ନାଏକଙ୍କ ପତ୍ନୀ ସସ୍ମିତା ନାଏକ ହିସାବରେ ମିଳିଛି।
ତେଣୁ ତାଙ୍କ କାର୍ଯ୍ୟାଦେଶ ବାତିଲ କରାଯାଇଥିଲା। ତେବେ ଏ ସମ୍ପର୍କରେ ଜାଣିବା ପରେ ସସ୍ମିତା ହିନ୍ଦୋଳ ଉପଜିଲ୍ଲାପାଳ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ ଦୁଃଖ ଶୁଣି ନଥିଲେ । ତେବେ ଏ ନେଇ ଗତକାଲି ଆମେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ କରିବା ସହ ପ୍ରଶାସନ କୁ ଅବଗତ କରାଇଥିଲୁ ।
ତେବେ ଘଟଣା କୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଘଟଣା ର ତଦନ୍ତ କରି ସମସ୍ୟା ର ଉପଯୁକ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

