News
lipub
samparksetu

କିଡନୀ ରୋଗରେ ଆକ୍ରାନ୍ତ ପଞ୍ଚାୟତ ପିଅନ ଙ୍କ ଚିକିତ୍ସା ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତର ପିଅନ ମହେଶ୍ୱର ସାମଲ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି l

ଦୁଃଖର ବିଷୟ ଏହାକି ଘରର ସେ ଏକମାତ୍ର ରୋଜଗାର କ୍ଷମ । ଅର୍ଥ ଅଭାବ ହେତୁ ତାଙ୍କର ଚିକିତ୍ସା ହୋଇପାରୁ ନାହିଁ । ତାଙ୍କର ଗୋଟେ ପୁଅ ଦୁଇ ଝିଅ ,ବଡ଼ ଝିଅ ବାହାଘର କରିଛନ୍ତି ସାନ ଝିଅ ପାଠ ପଢିବା ପାଇଁ ଅଭାବ ଥିବାରୁ ପାଠ ପଢି ପାରୁନାହାନ୍ତି ।

ଘରେ କେହି ରୋଜଗାର ନ ଥିବାରୁ ଭାଇ ଭଉଣୀ ପାଠ ପଢି ପାରୁନାହାନ୍ତି ଯାହା ପିଅନ ଦରମାରୁ ମିଳେ ସୁରୁଖୁରୁରେ ପରିବାର ଚଳେଇ ଦିଅନ୍ତି । ତେବେ ଏହି ଖବର ଆମେ ଗତ ନଭେମ୍ବର ୨୯ ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ କରିବା ସହ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲୁ ।

ମହେଶ୍ୱର ଙ୍କର ଚିକିତ୍ସା ର ସମସ୍ତ ଦାୟିତ୍ୱ ନେବା ପାଇଁ ଜିଲ୍ଲାପାଳ ଜିଲ୍ଲା ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

new life
You might also like
error: Content is protected !!