ଢେଙ୍କାନାଳ ଜିଲ୍ଲା କମଗରା-ଗେଙ୍ଗୁଟିଆ ବ୍ରାହ୍ମଣୀ ନଦୀ ଉପରେ ୧୯୯୩ ମସିହା ନଭେମ୍ବର ୨୪ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହି ସେତୁ କୁ ଉଦଘାଟନ କରିଥିଲେ।

ଏହା ମଧ୍ୟରେ ୨୭ ବର୍ଷ ବିତିଯାଇଥିଲେ ହେଁ ଏହାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚିଥିଲା। ପ୍ରତିଦିନ ଏହି ସେତୁ ଦେଇ ହଜାର ହଜାର ଯାନବାହନ ଚଳାଚଳ କରୁଅଛି ।
ଢେଙ୍କାନାଳ ଓ କାମାକ୍ଷାନଗର ସଂଯୋଗ କରୁଥିବା ଏହା ହେଉଛି ମୂଖ୍ୟ ରାସ୍ତା।
ମାତ୍ର ଏଭଳି ଭାବରେ ମରାମତି କରାଯାଉଛି ଯେ ତାହ ପ୍ରତି ବର୍ଷ ମରାମତି ର ଆବଶ୍ୟକ ପଡୁଛି ।ଏହି ସେତୁର ବିପଦ ସଙ୍କୁଳ ଅବସ୍ଥା ଢେଙ୍କାନାଳ ଅପଡେଟ ମାଧ୍ୟମରେ ଖବର ପ୍ରସାରଣ ଲୋକ ଲୋଚନକୁ ଆସିଥିଲା ।
ଖବର ପ୍ରସାରଣ ସହ ଆମେ ଏହି ଘଟଣାକୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲୁ। ପରବର୍ତ୍ତୀ ସମୟରେ ବିଭାଗୀୟ ଅଧିକାରୀ ଘଟଣା କୁ ଗୁରୁତ୍ବ ଦେଇ ଏହାର ମରାମତି କାର୍ଯ୍ୟ କରାଇ ତାହାର ଫଟୋ ଆମ ନିକଟକୁ ପଠାଇଛନ୍ତି ।

