ଆକ୍ସନ ମୁଡ ରେ ଢେଙ୍କାନାଳ ବନବିଭାଗ, କପିଳାସ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଗ୍ରାମରୁ ୨ଟି ଚିତା ବାଘ ଛାଲ ସହ, ହରିଣ, ବାଘ ନଖ, ବାଘ ଦାନ୍ତ, ହାତୀ ଦାନ୍ତ, ଭାଲୁ ନଖ ଆଦି ଜବତ କରାଯାଇଛି । ସମ୍ପୃକ୍ତ ଘଟଣାରେ ଯାମୁନାଳୀର ନରେନ୍ଦ୍ର ଦିଘି, କଙ୍କଡାହାଡ଼ ବ୍ଳକ କଳସପୁର ଗାଁର ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁକୁ ଗିରଫ କରାଯାଇଛି । ତେବେ ନରେନ୍ଦ୍ର ଦିଘି ଜଣେ ଶିକ୍ଷକ ବୋଲି ସୂଚନା ମିଳିଛି ।
