ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା ପାଇଁ ଏହା ଉଦ୍ଧିଷ୍ଟ । ଦେଶର ବିଭିନ୍ନ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଏହି ପରି ସ୍ମୃତି ସ୍ତମ୍ଭ ବା ପୀଠ ସେହି ବୀର ଯବାନଙ୍କ ବିଜୟଗାଥାକୁ ସ୍ମରଣ କରି ଥାଏ ।
ଆମ ଜିଲ୍ଲାର ସହିଦ ମାନଙ୍କ ସମ୍ମାନାର୍ଥେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଏକ ସହୀଦ ସ୍ମୃତି ସ୍ତମ୍ଭ ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେଉଁ ବୀର ଯବାନଙ୍କ ସ୍ମୃତି ପାଇଁ ଏହା ନିର୍ମିତ ତାଙ୍କ ପ୍ରତି କାହାର ସମ୍ମାନ ଥିବା ପରି ମନେ ହେଉ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ସ୍ମୃତି ପୀଠ ଉପରେ ଥିବା ବନ୍ଧୁକର ପ୍ରତିମୃତ୍ତି ବିଜୁଳି ତାର ସହାୟତାରେ ଠିଆ ହୋଇ ରହିଛି।
ପ୍ରଶାସନର ଏଥିପାଇଁ ଦୃଷ୍ଟି ଦେବାକୁ ଅନୁରୋଧ।
