କେଉଁ ଅମଳରୁ ଘରର ମରାମତି ହୋଇ ନାହିଁ ! ଘରର ଛପର ନାହିଁ କହିଲେ ଚଳେ । ଘରେ ସଦସ୍ୟ କହିଲେ ଜଣେ ୬୬ ବର୍ଷୀୟା ବିଧବା ବୃଦ୍ଧା। ସ୍ବାମୀ କେଉଁ ଦିନରୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି । ତିନି ସନ୍ତାନ ବିବାହ ପରେ ଏକାକୀ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି ଦୁଲେଇ ସାହୁ।
କଙ୍କଡ଼ାହାଡ଼ ବ୍ଳକ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗାଁ ର ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ବିଧବା ପତ୍ନୀ ଦୁଲେଇ। ହାତ ଗୋଡ଼ ଠିକ୍ ଭାବରେ ଚାଲୁ ନାହିଁ। ସମ୍ବଳ କହିଲେ ମଇଳା ଲୁଗାପଟା କେତେଟା। ଭତ୍ତା ଟଙ୍କାରେ ଭୋକ ମରିଯାଏ। ୩ଟି ପୁଅ ଅଲଗା ରହୁଥିବାର ସୂଚନା ମିଳିଛି , ପିଲାମାନେ ପଚାରୁ ନଥିବାରୁ ଏକା ଭଙ୍ଗା କୁଡ଼ିଆରେ ଜୀଵନ ବିତାଉଛନ୍ତି ।
“ମୋର ଘର ଦରକାର ନାହିଁ, ପାଲ ଖଣ୍ଡିଏ ଦେଲେ ବାକି ଜୀବନ କାଟିଦେବି” ବୋଲି ନେହୁରା ହୋଇ କହିଛନ୍ତି ଦୁଲେଇ। ସରପଞ୍ଚଙ୍କ ସହ ଏ ସମ୍ପର୍କରେ ଅବଗତ କରାଇବା ପରେ ସେ ଏ ସମ୍ପର୍କରେ ଜାଣି ନଥିବାରୁ ବୁଝିବା ପରେ କ’ଣ ହେବ ପଦକ୍ଷେପ ନେବା ପାଇଁ ପ୍ରକାଶ କରିଛନ୍ତି ।
