ଦୁଇ ପୁଅରେ ଗୋଟିଏ ଝିଅ, ଜନ୍ମରୁ ଶରୀରର ନିମ୍ନ ଭାଗ କାମ କରୁ ନାହିଁ। ଅଣ୍ଟା ସଳଖି ଚାଲିବା ଦୂର କଥା ଆଜି ପର୍ଯ୍ୟନ୍ତ ଘୁଷୁରୀ ଘୁଷୁରୀ ନିଜର ସବୁ କାମ କରୁଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମର ଜଗନ୍ନାଥ ପରିଡ଼ାଙ୍କ ଝିଅ ଶ୍ରାବଣୀ ପରିଡ଼ା ବୟସ ମାତ୍ର ୧୬ ବର୍ଷ । ଭଗବାନ ଜନ୍ମରୁ ତାକୁ ଏମିତି ଗଢ଼ିଛନ୍ତି । ଶତକଡ଼ା ୯୦ ପ୍ରତିଶତ ସେ ଅକ୍ଷମ ବୋଲି ପ୍ରମାଣ ପତ୍ର ଥିଲେ ବି ଆଜି ପର୍ଯ୍ୟନ୍ତ କାହାର ଦୃଷ୍ଟି ଗୋଚରରେ ଆସି ନାହିଁ।
ସ୍ଥାନୀୟ ନେତା ବା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇ ଥିବାରୁ ସମସ୍ତ ସରକାରୀ ସୁଵିଧାରୁ ବଞ୍ଚିତ । ଘର ଠାରୁ ବିଦ୍ୟାଳୟ ଦୂରତା ୪ କିମି , ଏତେ ଦୂର ଯିବା ଆସିବା ରେ ଅସୁବିଧା ଯୋଗୁଁ ସପ୍ତମ ଶ୍ରେଣୀରେ ପାଠ ପଢ଼ାରେ ଡେ଼ାରି ବାନ୍ଧିବାକୁ ପଡିଲା। ସରକାରୀ ସ୍ତରରେ ତା ପାଇଁ ତିନି ଚକିଆ ସାଇକେଲଟିଏ ବି ନାହିଁ ।
ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଶ୍ରାବଣୀର ଶିକ୍ଷା ବ୍ୟବସ୍ଥା ଓ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ତାଙ୍କ ପିତା ।
