ହିନ୍ଦୋଳ ନଗର ସଭାପତି ତଥା ଆଈନଜିବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା ଆବାହକତ୍ଵରେ ହିନ୍ଦୋଳ ଗଡଜାତ ର ଗଡଦାତ୍ରୀ ମା ରଙ୍କେଈଙ୍କ ମନ୍ଦିର ପରିସରରେ ହିନ୍ଦୋଳ ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିବିରରେ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ନାୟକ, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଲୋଚନା ବେହେରା ,ବରିଷ୍ଠ ଆଈନଜିବୀ ଅରୁଣ କୁମାର ଦାସ,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମନୋରଞ୍ଜନ ନାୟକ,ବିଶ୍ଵହିନ୍ଦୁ ପରିଷଦ ସଭାପତି ଧରଣୀଧର ପାଳ,ଭାଜପା ବରିଷ୍ଠ ସକ୍ରିୟ ସଦସ୍ୟ ଅଜୟ କୁମାର ଦାସ ଦଳର ଆଭିମୁଖ୍ୟ, ବୈଚାରିକ ଉଦ୍ଧେଶ୍ୟ ଓ ଭାରତମାତାର ଯୋଗ୍ୟ ସନ୍ତାନ ଭାବରେ ଜାଗ୍ରତ ରହି ଦେଶମାତୃକାର ସେବାରେ ମନ ବଳାଇବା ଉପରେ ବାଷାଦଗାର କରିଥିଲେ ।
ଯେପରି ଏ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ସାରା ବିଶ୍ଵରେ ଭାରତ ଦେଶକୁ ଏକ ସ୍ଵତନ୍ତ୍ର ସ୍ଥାନରେ ନେଇ ରଖିଛନ୍ତି ।ସିହିଭଳି ଦଳସହିତ ଏକମନ କରି କାର୍ଯ୍ୟ କରିବା ପାଇଁ ଆହ୍ଵାନ ମଧ୍ୟ ଦେଇଥିଲେ ।ନଗର ସଭାପତି ଶ୍ରୀ ବେହେରା ତାଙ୍କ ବଳିଷ୍ଠ ଅଭାଭାଷଣରେ ଆଗାମୀ ଏନଏସି ନିର୍ବାଚନରେ ସମସ୍ତଙ୍କ ପରିବାର ସଦସ୍ୟ ହୋଇ ରହି ସମସ୍ତ ୧୬ଟି ଓ୍ଵାର୍ଡକୁ ଅକ୍ତିଆର କୁ ଏନଏସିକୁ ସ୍ଵତନ୍ତ୍ର ଉନ୍ନତ ନଗର କରି ତୋଳିବା ଇଚ୍ଛାବ୍ୟକ୍ତ କରିଥିଲେ । ଶିବିରରେ ନଗରର ସମସ୍ତ ଓ୍ଵାର୍ଡ ରୁ ଶତାଧିକ କର୍ମୀ ଯୋଗଦାନ କରିଥିଲେ ।
