ଯେକୌଣସି ମାସର ଶୁକ୍ଲପକ୍ଷର ଦଶମୀ ତିଥିରେ ଗୁରୁବାର ପଡିଲେ ,ସେହି ତିଥିରେ ସୁଦଶାବ୍ରତ ପାଳନ କର ଯାଇଥାଏ ।
ଗୁରୁବାର ସୁଦଶାବ୍ରତ ପାଳନ କରାଯାଉଥିବା ବେଳେ, ବିଭିନ୍ନ ଲକ୍ଷ୍ମୀ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରରେ ମହିଳାମାନେ ପୂଜାର୍ଚ୍ଚନା କରିଥାଆନ୍ତି ।
କୁହାଯାଏ ପରିବାର ପାଇଁ ସୁ -ଦଶା ଅର୍ଥାତ ଭଲ ସମୟ କାମନା କରି ଓଡିଆ ଘରର ସଧବା ମାନେ ମା ଲକ୍ଷ୍ମୀଙ୍କ ନିକଟରେ ଏହି ଓଷା ବା ବ୍ରତ କରି ପୂଜା କରିଥାନ୍ତି ।
ଏହି ବ୍ରତରେ ପୂଜା ହେଉଥିବା ସମସ୍ତ ଜିନିଷ ଦଶ ସଂଖ୍ୟାର ମହତ୍ଵ ଥିବା ଦେଖିବାକୁ ମିଳି ଥାଏ । ଯେପରିକି ଏହି ଦଶ ପାଖୁଡା ପଦ୍ମ ,ଦଶ ବର୍ଣ୍ଣ ମୁରୁଜ , ଦଶ ଖିଅ ସୂତା ରେ ବଳିତା କରି ଦଶମୁଖୀ ଦୀପ ,ଦଶ ମୁଠି ଚାଉଳ ,ଦଶ କେରା ଦୁବ , ଦଶ ଗୋଟି ଗୁଆ , ଦଶ ଗୋଟି ଫୁଲ , ଦଶଟି କଦଳୀ ,ଦଶ ଗୋଟି ମଣ୍ଡା ପିଠା ଓ ଲକ୍ଷ୍ମୀ ଙ୍କର ଦଶ ଗୋଟି ନାମ ସ୍ମରଣ କରି ଦଶ ଖିଅ ଧଳା ସୂତାରେ ଏକ ବ୍ରତକୁ ଦଶ ଗଣ୍ଠି ପକାଇ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ମା ଲକ୍ଷ୍ମୀ ଙ୍କ ନାମରେ ବାହୁରେ ପିନ୍ଧି ଯତ୍ନ ସହକାରେ ରଖିବାକୁ ପଡିଥାଏ ।
