ଜିଲ୍ଲା ସ୍ବାସ୍ଥ୍ୟ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ରୋଗୀ କଲ୍ୟାଣ ସମିତିର ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଲଣ୍ଡ୍ରି ସେବା, ପାଇଖାନା, ଲିଫ୍ଟ ରକ୍ଷଣାବେକ୍ଷଣ, ଔଷଧ ଭଣ୍ଡାର ଗୃହ ର ବିସ୍ତାର, ପୋଲିସ ଆଉଟ୍ ପୋଷ୍ଟ ନିର୍ମାଣ, ଡ୍ରେନେଜ ଓ ପାର୍କିଂ ସୁବିଧା, ବାଇପାସ୍ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ, ଭେଣ୍ଡିଙ୍ଗ ଜୋନ ରାସ୍ତା ପ୍ରଭୃତି ସମସ୍ୟା ବିଷୟରେ ଆଲୋଚନା କରାଯାଇଛି।ଖୁବଶୀଘ୍ର ବାଇପାସ୍ ରାସ୍ତା ସହ ସଂଯୋଗ କରୁଥିବା ଏକ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ଜିଲ୍ଲାର କୋଭିଡ ପ୍ରତିଷେଧକ ଟିକା ନିମନ୍ତେ ଟାସ୍କ ଫୋର୍ସ ଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାର ପ୍ରଥମ ଟିକାକରଣ ସ୍ବାସ୍ଥ୍ୟ କର୍ମୀ ମାନେ କିଏ କେଉଁଠି ନେବେ ସ୍ଥିର କରାଯାଇଛି। ଏହାବ୍ୟତୀତ ଜିଲ୍ଲାର ଯକ୍ଷ୍ମା ରୋଗ ନିରାକରଣ ନିମିତ୍ତ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଥିବା ତିନୋଟି ପ୍ରମୁଖ କମ୍ପାନୀ ଟାଟା ବିଏସଏଲ, ନବଭାରତ ଓ ଶକ୍ତି ସୁଗାର କମ୍ପାନୀର ସିଏସଆର ଫଣ୍ଡ ଏଥିରେ ବ୍ୟବହାର ପାଇଁ ସେମାନେ ପ୍ରଶାସନକୁ ସହଯୋଗ କରିବେ ବୋଲି ଜଣାପଡିଛି।

ବୈଠକରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା.ଜ୍ଯୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ ସହ ଘରୋଇ କମ୍ପାନୀର କର୍ମଚାରୀ ଉପସ୍ଥିତ ଥିଲେ। ଜାତୀୟ ସ୍ବାସ୍ଥ୍ୟ କମିଶନର କାର୍ଯ୍ୟକ୍ରମ ପରିଚାଳକ ସୋନାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

