News
lipub
samparksetu

ସରକାରୀ ସହାୟତା ଅପେକ୍ଷାରେ ବାପା-ମା’ ଛେଉଣ୍ଡ ୩ ଶିଶୁ

କୁନି କୁନି ପିଲାଙ୍କ ମୁଣ୍ଡରେ ଅସରନ୍ତି ଦୁଃଖ! ତିନି ବର୍ଷ ତଳେ ବାପା ପର କରି ଆରପାରିକୁ ଚାଲିଯାଇଥିଲେ ଗତବର୍ଷ ମା ବି ଛାଡ଼ି ଆରପାରିକୁ ଚାଲିଗଲେ।

ଦୁନିଆ କ’ଣ ଜାଣିବା ଦୂର କଥା ଠିକ୍ ଭାବରେ କଥା ବି କହି ଜାଣି ନାହାଁନ୍ତି କହିଲେ ଚଳେ। ଦୁଇ ଭାଇ ଓ ଗୋଟିଏ ଭଉଣୀ ଏବେ ଗରିବ ଅଜା ଉପରେ ବୋଝ।

ସେ ବି କେତେ ଦିନ ଆଉ ବୃଦ୍ଧ ବୟସରେ ତିନି ପିଲାଙ୍କର ବୋଝ ବୋହିବେ? କାମାକ୍ଷାନଗର ବ୍ଲକ ଗାଙ୍ଗିଯୋଡି ଗାଁ ର ସ୍ବର୍ଗତ ପ୍ରିୟତନ ନାଏକଙ୍କ ତିନି ସନ୍ତାନ, ବଡ଼ ପୁଅ କ୍ରାନ୍ତି ନାଏକ (୧୨), ସାନ ପୁଅ ରାଜେଶ ନାଏକ (୯) ଓ ଝିଅ ପ୍ରିୟଙ୍କା ନାଏକ(୬)।

ତିନି ଅନାଥଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। କିପରି ପଢ଼ିବେ! କେଉଁଠି ରହିବେ? ଏବେ ଚିନ୍ତା ଘାରିଛି। ରୋଡ ଗାଁ ର ଅଜା ଜମ୍ବେଶ୍ଵର ଙ୍କ ଉପରେ ବୋଝ ହେବାକୁ ଇଛା ନାହିଁ ବୋଲି ଏହି କୋମଳମତୀ ଶିଶୁ ପ୍ରକାଶ କରିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ତିନି ଶିଶୁଙ୍କୁ ଅନାଥାଶ୍ରମର ଥଇଥାନ କରାଗଲେ ସେମାନଙ୍କ ଭବିଷ୍ୟତ ତିଆରି ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ବିଶ୍ୱଜିତ ନାୟକ ଦାବି କରିଛନ୍ତି ।

new life
You might also like
error: Content is protected !!