News
lipub
samparksetu

ମା ନଣ୍ଡାବିର କ୍ରିକେଟ ଟୁନାମେଣ୍ଟ ଉଦଘାଟିତ ; ପ୍ରଥମ ମ୍ୟାଚ ରେ ବସନ୍ତପଡ଼ା ବିଜୟ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅଁଳାକଟାରେ ମା ନଣ୍ଡାବିରି କ୍ରିକେଟ ଟୁନାମେଣ୍ଟ ର ଉଦଘାଟନି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନି ମ୍ୟାଚଟି ସରକାରଙ୍କ କୋଭିଡ ନିୟମକୁ ମାନି ଅନୁଷ୍ଠିତ ହୋଇଥିଲା।

ଏହା ସହିତ କ୍ଲବ ପକ୍ଷରୁ ସମସ୍ତଙ୍କୁ ସାନିଟାଇଜର ବଣ୍ଟନ କରାଯାଇଥିଲା।ଏହି ଟୁନାମେଣ୍ଟ ୧୬ ଟି ଦଳ ଅଂଶ ଗ୍ରହଣ କରିବେ ।ଉଦଘାଟନି ମ୍ୟାଚଟି ବସନ୍ତପଡ଼ା ଓ ବସୋଇ B ମଧ୍ୟରେ ହୋଇଥିଲା।ବସୋଇ ପ୍ରଥମେ ଟସ୍ ଜିତି ନିର୍ଧାରିତ ୧୨ ଓଭରରେ ୯ ୱିକେଟ ହରାଇ ୯୬ ରନ ସଂଗ୍ରହ କରିଥିଲା।ତାର ଜବାବ ରେ ବସନ୍ତପଡ଼ା ୧୦.୪ ଓଭରରେ ୭ ୱିକେଟ ହରାଇ ୯୭ ରନ କରି ବିଜୟୀ ହୋଇଥିଲା।ବସନ୍ତପଡ଼ା ପକ୍ଷରୁ ଦଳର ଅଧିନାୟକ ସୁବ୍ରତ ୩ ଓଭର ବୋଲିଂ କରି ୮ ରନ ବ୍ୟୟ ରେ ୨ଟି ଓଇକେଟ ଅକ୍ତିଆର କରିଥିଲେ ଓ ଦୁଆରୀ ୨୯ ଟି ବଲ ଖେଳି ୪୪ ରନ ସଂଗ୍ରହ କରିଥିଲେ।

ଏହି ଖେଳ ୮ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

new life
You might also like
error: Content is protected !!