News
lipub
samparksetu

ଆଜି ଓଡ଼ିଶାରେ ପହଞ୍ଚିଛି କରୋନା ଟିକା ‘କୋଭିସିଲ୍ଡ’

କରୋନା କାଳରେ ରାଜ୍ୟ ପାଇଁ ଏହା ସବୁଠାରୁ ବଡ଼ ଖୁସୀ ଖବର। ଆଜି କରୋନା ଭ୍ୟାକ୍ସିନ କୋଭିସିଲ୍ଡ ଭୁବନେଶ୍ୱରରେ ଆସି ପହଞ୍ଚିଛି।
ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆଜି ଟିକା ଆସିଛି । ଟିକା ପହଁଚିବା ପରେ ଟିକା କାଢ଼ି ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି।

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସେହିପରି ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଓ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର କରିବାକୁ ନିଷ୍ପତି ହୋଇଛି ।

ବିମାନବନ୍ଦରରେ ପହଞ୍ଚିବା ପରେ ଟିକା ଗୁଡ଼ିକୁ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯାଇଛି। ଏହା ପରେ କୋଭିସିଲ୍ଡକୁ ପ୍ରତି ଜିଲ୍ଲାର ଟିକା କେନ୍ଦ୍ରକୁ ପଠାଯିବ।

ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର ୪୦ ହଜାର ୮ଶହ ଭାଏଲ୍ (ଛୋଟ ବୋତଲ୍) ଆସିଛି । ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତ‌ାହା ୧୦ ଜଣଙ୍କୁ ଦିଆଯାଇ ପାରିବ । ହିସାବ ଅନୁସାରେ, ରାଜ୍ୟରେ ସମୁଦାୟ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ପହଞ୍ଚିଛି। ଆଜି ଯେତିକି ଟିକା ଆସିଛି ତାହା ୧ ଲକ୍ଷ ୯୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରିବ । ପ୍ରଥମ ପର୍ଯ୍ୟାୟ ଟୀକାକରଣ ଲାଗି ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ । ଯେଉଁ ସବୁ ଜିଲ୍ଲାରେ କୋଭିଡ ସ୍ଥିତି ସଙ୍ଗୀନ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ ।

new life
You might also like
error: Content is protected !!