ବିଶ୍ବ ଦରବାରରେ ଭାରତକୁ ପରିଚିତ କରିଥିବା ବ୍ୟକ୍ତି ପ୍ରତ୍ୟେକ ଯୁବକ ମାନଙ୍କର ପ୍ରେରଣାର ଉତ୍ସ ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ବିଶ୍ବ ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ଜିଲ୍ଲା ତରଫରୁ ବିଭିନ୍ନ ଶାଖାରେ ଆଜି ପାଳିତ ହୋଇଛି ଢେଙ୍କାନାଳ ନଗରରେ ସ୍ଥାନୀୟ ସରକାରୀ ବୈଷୟିକ ମହାବିଦ୍ୟାଳୟ ଠାରେ ବିପୁଳ ପରିମାଣର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀ ଉପସ୍ଥିତ ଥିଲେ। ଜିଲ୍ଲା ସଂଯୋଜକ ଅଜିତ ପଟ୍ଟନାୟକ ମୂଖ୍ୟ ବକ୍ତା ଭାବେ ଆଜିର ସମାଜରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶର ମହତ୍ବ ବିଷୟରେ ଆଲୋକପାତ କରିଥିଲେ।

ବିଭାଗ ସଂଯୋଜକ ବି.ସୂର୍ଯ୍ୟରୋଶନ ଯୁବକ ମାନଙ୍କୁ ଏକତ୍ରିତ ହୋଇ ସମାଜ ପାଇଁ ଆଗକୁ ଆସି ସମାଜ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ନଗର ସମ୍ପାଦକ ଅଭିନବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନଗର ଉପସଭାପତି ସିଦ୍ଧାର୍ଥ ଜେନା, ସୁଧାକର ସାହୁ, ଆଶିଷ ନନ୍ଦ,ଅରୂପ ପଟ୍ଟନାୟକ, ଅମ୍ରିତା ଅଭିଷେକ ଦାସ ପ୍ରମୁଖ ଛାତ୍ରନେତା ମାନେ ଉପସ୍ଥିତ ଥିଲେ।

ସେହିପରି ଭୁବନ ଶାଖାରେ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ସେଣ୍ଟର୍ ଠାରୁ ନଗର ସମ୍ପାଦିକା ସାଗରିକା ସାହୁଙ୍କ ନେତୃତ୍ବରେ ଏକ ସାଇକେଲ ଶୋଭାଯାତ୍ରା ବାଜିରାଉତ କଲେଜ ପର୍ଯ୍ୟନ୍ତ କରାଯାଇଥିଲା। ସେଠାରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗବନ୍ଧୁ ସାହୁ, ଅର୍ଚ୍ଚନା ପ୍ରମୁଖ ଛାତ୍ରନେତା ମାନେ ଉପସ୍ଥିତ ଥିଲେ । ସେହିପରି ପଣ୍ଡୁଆ ପାରିମାଳ ମହାବିଦ୍ୟାଳୟ ରେ ମଧ୍ୟ ସ୍ବାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ଯୁବ ଦିବସ ପାଳନ କରିଥିଲେ।

