ରାଜ୍ୟ ସରକାର ଜାଗା ମିଶନ ସମ୍ପର୍କରେ ଡିମଡିମ୍ ପିଟୁଥିବା ବେଳେ ଆଜି ସଦର ବ୍ଲକ ଅତିରିକ୍ତ ତହସିଲଦାର ଙ୍କୁ ଘେରିଥିଲେ ସଦର ବ୍ଲକ ଧୀରପାଟଣା ପଞ୍ଚାୟତର ଗଙ୍ଗାଧର ପ୍ରସାଦ ଓ ସରଧାପୁରର ଭୂମିହୀନ ମହିଳା ମାନେ । ସେହି ଜାଗାରେ ଗତ ୭୦ ବର୍ଷ ପୂର୍ବରୁ ଲୋକମାନେ ରହିଆସୁଥିବା ବେଳେ ସେମାନଙ୍କୁ ଘରଡ଼ିହ ପଟ୍ଟା ମିଳୁନାହିଁ।
ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ମହିଳା ମାନେ ଅତିରିକ୍ତ ତହସିଲଦାର ଅନୁପମା ମୁର୍ମୁଙ୍କୁ ଭେଟି ଥିଲେ , ଗତ ୫ ବର୍ଷ ହେଲା ଘରଡ଼ିହ ପଟ୍ଟା ପାଇଁ ଏହି ଗରିବ ନିରୀହ ମହିଳା ମାନଙ୍କୁ ଠକି ଆସୁଥିବାର ଅଭିଯୋଗ ହେଉଛି , ଏମାନଙ୍କ ମଧ୍ୟରୁ କିଛି ଆବାସ ଯୋଜନା ରେ ୱାର୍କ ଅର୍ଡର ଧରି ବୁଲୁଛନ୍ତି ।
ପଟ୍ଟା ନଥିବାରୁ ଘର କରିପାରୁନାହାନ୍ତି , ଦରଖାସ୍ତ କରିଥିବା ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଲାଞ୍ଚ ଦେଇଛନ୍ତି, ସେମାନଙ୍କର କିଛି ପଟ୍ଟା ହୋଇଯାଇଛି । ମାତ୍ର ଏହି ଗରିବ ମାନଙ୍କର ଏପର୍ଯ୍ୟନ୍ତ ପଟ୍ଟା ହୋଇପାରିନାହିଁ ।
ଶ୍ରୀମତୀ ମୁର୍ମୁ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଦିନ ସେହି ଗ୍ରାମ ଗୁଡିକ ପରିଦର୍ଶନ କରି ରିପୋର୍ଟ ଦେବାର ଆଶ୍ୱାସନା ଦେଇଥିଲେ । ଯଦି ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟବlହି ନହୁଏ ତେବେ ଏହି ଗରିବ ମହିଳା ମାନେ ନିଜ ପିଲା ଛୁଆଙ୍କୁ ଧରି ସଦର ତହସିଲ ସମ୍ମୁଖରେ ଅନଶନ କରିବାପାଇଁ ଲିଖିତ ଭାବେ ଜଣାଇଛନ୍ତି ।
