ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ୍ ଘଟିପିରି ଗ୍ରାମପଞ୍ଚାୟତରେ ବସୁଧ। ଯୋଜନାରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ୨ ବର୍ଷ ହେବ ନିର୍ମାଣ ହୋଇ ପଡିଛି କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ।
ଏହି ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଘଟିପିରି ଗ୍ରାମର ପ୍ରାୟ ୨୦୦୦ ଗ୍ରାମବାସୀ ଏହି ଜଳ ପ୍ରକଳ୍ପ ଉପରେ ନିର୍ଭର । ୨ବର୍ଷ ପୂର୍ବରୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମେଗା ପାନୀୟଜଳ ପ୍ରକଳ୍ପରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା , ନିର୍ମାଣର ୨ ବର୍ଷ ହୋଇଗଲେ ମଧ୍ୟ ଗ୍ରାମବାସୀ ଙ୍କୁ ସ୍ୱଚ୍ଛ ପାନୀୟଜଳ ମିଳି ପାରୁନାହିଁ ।
ଏଥିପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି , ଆଗକୁ ଖରା ଆସୁଛି , ଏ ନେଇ କୌଣସି ପଦକ୍ଷେପ ନନେଲେ ଆନ୍ଦୋଳନ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
