ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକର ମଙ୍ଗଳପୁର, କୁସୁପଙ୍ଗା,କୁରୁଣ୍ଟି, କମଳାଙ୍ଗ,ଖଡକା ନଦୀ କୂଳବର୍ତ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଗଢି ଉଠିଥିବା ସମସ୍ତ ଶିଳ୍ପ କଳ କାରଖାନା, ସମସ୍ତ କମ୍ପାନୀ ମାନେ ବ୍ରାହ୍ମଣୀ ନଦୀରୁ ଶିଳ୍ପାୟନ ପାଇଁ ବିଶୁଦ୍ଧ ପାଣି ନେଇ କମ୍ପାନୀର ଦୂଷିତ ପାଣି କୁ ନାଳ ନର୍ଦମା ଡ୍ରେନ ଦ୍ୱାରା ବ୍ରାହ୍ମଣୀ ନଦୀ ଗର୍ଭରେ ଛଡ଼ାଯାଉଅଛି ଯାହା ଫଳରେ ଗ୍ରାମାଞ୍ଚଳର ସର୍ବ ସାଧାରଣ ଲୋକମାନେ ଏହି ଦୂଷିତ ପାଣି ବ୍ୟବହାର କରି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି , ଏହାକୁ ହୃଦୟଜ୍ଞମ କରି ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ନିଜ ପ୍ରୟାସ ରେ କିଛି ମାତ୍ରା ରେ ସ୍ୱଚ୍ଛ କରିବା ଚେଷ୍ଟା କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ବିକ୍ରମାଦିତ୍ୟ ନାୟକ, ବରୁଣ କୁମାର ନାୟକ, ସୁବ୍ରତ ମହାନ୍ତି, ନିରାକାର ସାମଲ, ରାଜୀବ ରାଉତ, ଉଦୟ ମହାନ୍ତି, ଅଶୋକ ନାୟକ ପ୍ରମୁଖ ସାମିଲ ଥିଲେ ।
