ଆଜି ଭୁବନ ମଠକରଗୋଳା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠର ଆୟୋଜନରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାଶ ସଭାପତିତ୍ବରେ ଛାତ୍ରଛାତ୍ରୀ ମାନେ ଉଚ୍ଚ ଆଶାରଖି ଜୀବନଯାତ୍ରାରେ ଅଗ୍ରସର ହେଲେ ସଫଳତାର ଶିଖର ଛୁଇଁ ପାରିବେ ବୋଲି ପ୍ରେରଣା ଦେଇଥିଲେ।
କୋଲ ଇଣ୍ଡିଆ ଲିମିଟେଡ୍ ର ସାଧାରଣ ପରିଚାଳକ (ରାଞ୍ଚି ଶାଖା)ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାୟକ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟବ୍ୟସାୟ ଦ୍ବାରା ଓ ସ୍ଥିତିପ୍ରଜ୍ଞତା ଦ୍ବାରା ଅସାଧ୍ୟ କୁ ସାଧନା କରିହେବବୋଲି ଉପଦେଶ ଦେଇଥିଲେ।
ଅନୁଷ୍ଠାନର ଇଂରାଜୀ ବିଭାଗର ଅଧ୍ୟାପିକା ସ୍ବପ୍ନିତା ରାଉତ ପିଲାମାନେ ପରିଶ୍ରମ କଲେ ଜୀବନରେ ପ୍ରତିଷ୍ଠିତ ହୋଇପାରିବେ ବୋଲି ଉତ୍ସାହିତ କରିଥିଲେ। ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠର ସଂଯୋଜକ ଡକ୍ଟର କୈଳାଶ ଚନ୍ଦ୍ର ଦାସ ବୃତ୍ତି କୁ ହାସଲ କରାଯାଏନା ତାହାକୁ ସୃଷ୍ଟି କରାଯାଏ ବୋଲି ମତ ପ୍ରକାଶ କରିଥିଲେ। ପରି ଶେଷରେ ଶ୍ରୀଯୁକ୍ତ ନାୟକ ପିଲାମାନଙ୍କ ଦ୍ବାରା ପଚରାଯାଇଥିବା ପ୍ରଶ୍ନଗୁଡିକ ଉତ୍ତର ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂଯୁକ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ଟି ସମ୍ପୂର୍ଣ୍ଣ କୋଭିଡ ନିୟମ କୁ ଅବଲମ୍ବନ କରି ଅନୁଷ୍ଠିତ ହୋଇଥିଲା।
