ଏପଟେ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଢେ଼ଙ୍କାନାଳର ସହରର ଟ୍ରକ ଧକ୍କାରେ ଆଜି ଜଣେ ବୃଦ୍ଧାଙ୍କର ଜୀବନ ଚାଲିଯାଇଛି ।
ଢେ଼ଙ୍କାନାଳ ଟାଉନ ଥାନା ବାଜିଚଉକ ଓଭର ବ୍ରିଜ ନିକଟରେ ଟ୍ରକ ଧକ୍କାରେ ବୃଦ୍ଧା ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାଜିଚଉକର ର ତାରା ରାଉତ(୮୦) ବୋଲି ଜଣାପଡିଛି ।
ତରା ରାଉତ ରାସ୍ତା ପାର ହେଉଥିବା ସମୟରେ ଢେ଼ଙ୍କାନାଳ ରୁ କପିଳାସ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାରାଙ୍କୁ ଧକ୍କା ଦେଇଥିଲା ଫଳରେ ତାରା ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।
ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ଓ ସହର ତହସିଲଦାର ଘଟଣା ସ୍ଥାଳରେ ପହଞ୍ଚି ଉତ୍କକ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଟ୍ରାକର ଚାଳକକୁ ପୋଲିସ ଅଟକ ରଖିଛି।ସବୁଠାରୁ ବଡକଥା ନୋ ଏନ୍ଟ୍ରି ସମୟରେ ସହର ମଦ୍ଧକୁ କିପରି ଟ୍ରକ ଗଲା ସାଧାରଣରେ ଆଲୋଚନା ଜୋର ଧରିଚି।
