ଢେଙ୍କାନାଳ ସହର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା, ମେସିନରେ ଚାପିହୋଇ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ।
ସୂଚନା ଅନୁଯାୟୀ ଆଜି ସକାଳେ କଳିଙ୍ଗ ଝୋଟ କାରଖାନା ରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ କଟକ ଗୁରୁଡ଼ିଝାଟିଆ ଅଞ୍ଚଳର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି ।
ତେବେ କାମ ବେଳେ ଏଭଳି ଅଘଟଣ ଯୋଗୁଁ କାରଖାନାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା । ଅନ୍ୟପଟେ ଶ୍ରମିକଙ୍କ ସୁରକ୍ଷା ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।
