ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଧଉରାମରା ଗ୍ରାମରେ ଦନ୍ତା ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ । ମୃତକ ଜଣଙ୍କ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି ।
ସୂଚନା ଅନୁଯାୟୀ ଲକ୍ଷ୍ମଣ ମହାନ୍ତି ଧଉରାମରା ଗ୍ରାମରେ ତାଙ୍କ ଝିଅ ଘରକୁ ଆସିଥିଲେ । ତାଙ୍କୁ ପରିଶ୍ରା ଲାଗିବାରୁ ଆଜି ଭୋର ସମୟରେ ବାଡି ପଛପଟକୁ ପରିଶ୍ରା ଯାଇଥିବା ସମୟରେ ଏକ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ଦନ୍ତାଟି ତାଙ୍କୁ କଚାଡି ଦେବା ଫଳରେ ଘଟଣା ସ୍ଥଳରେ ଲକ୍ଷ୍ମଣ ଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଛାନଭିନ ଚଳାଇଛନ୍ତି ।
ଗତ କିଛି ଦିନ ତଳେ ଦନ୍ତା ଆକ୍ରମଣ ରେ ନିକଟସ୍ଥ ଅଞ୍ଚଳର ଜଣେ ପ୍ରାଣ ହରାଇଥିଲେ । ତେବେ ଦନ୍ତାଟି ଉପଦ୍ରଵ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ବାତା ବରଣ ଦେଖାଦେଇଛି । ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।
